ଅମଳ ଖାଉଛି ଚକଡ଼ା ପୋକ : ଫସଲରେ ନିଆଁ ଲଗାଇଲେ ଚାଷୀ

138

କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍‌ର କଣ୍ଡେରେଇ ଗ୍ରାମରେ ଚକଡ଼ା ପୋକ ଯୋଗୁଁ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି । ଆଖି ଆଗରେ ଅମଳଯୋଗ୍ୟ ଫସଲ ନଷ୍ଟ ହେଉଥିବାରୁ ଚାଷୀମାନେ ଭାଙ୍ଗି ପଡ଼ୁଛନ୍ତି । ଏପରିକି ନିଜ ଫସଲରେ ନିଆଁ ଲଗାଇ ଦେବାଭଳି ଚରମ ପଦକ୍ଷେପ ବି ନେଉଛନ୍ତି । ସେମିତି ଏକ ଘଟଣାରେ କଣ୍ଡେରେଇ ଗ୍ରାମର ଖଗେଶ୍ବର ଭୋଇ ନିଜ ଫସଲ ପୋଡ଼ି ଦେଇଛନ୍ତି ।

ଖଗେଶ୍ବର ଭୋଇଙ୍କ ୨ ଏକର ଜମିରେ ରୋଗପୋକ ଯୋଗୁଁ ଫସଲ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି । ଧାର କରଜ କରି ସେ ଚାଷ କରିଥିଲେ । ଫସଲ ନଷ୍ଟ ହୋଇ ଯିବାରୁ ଟଙ୍କା କିପରି ପରିଶୋଧ କରିବେ ଚିନ୍ତାରେ ଭାଙ୍ଗି ପଡ଼ିଥିଲେ । ତାଙ୍କର ଏକ ଏକର ଜମିର ଧାନ ପୋଡ଼ି ଯାଇଥିବା ଜଣାଯାଇଛି । ପ୍ରଶାସନ ପକ୍ଷରୁ ଏହାର ତଦନ୍ତ କରାଯାଇ ଶ୍ରୀ ଭୋଇଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି ହେଉଛି ।