ଅଫିସରେ ‘ମୁକାବଲା’ ଗୀତରେ ନାଚିଲେ ସିଇଓ : ସହକାରୀ କର୍ମଚାରୀଙ୍କୁ ବି ଝୁମାଇଲେ ଦୀପାଲି ଗୋୟନକା, ଭାଇରାଲ୍ ହେଲା ଭିଡ଼ିଓ 

800

କନକ ବ୍ୟୁରୋ : ସାଧାରଣତଃ  ଅଫିସରେ କାମ କରୁଥିବା ଲୋକମାନଙ୍କୁ ବା କର୍ମଚାରୀଙ୍କୁ ଅନେକ ଚାପ ଭିତରେ ରହି କାମ କରିବାକୁ ପଡିଥାଏ । କେବେକେବେ ଏଭଳି ପରିସ୍ଥିତି ହୋଇଥାଏ ଯେ ଡ୍ୟୁଟି ଆରମ୍ଭରୁ ଡ୍ୟୁଟି ଶେଷ ଯାଏଁ ନିଜ କାମରୁ କର୍ମଚାରୀମାନଙ୍କୁ ଫୁରସତ ମିଳିନଥାଏ । ଖୋଲାଖୋଲି ଭାବେ କହିବାକୁ ଗଲେ ଏକପ୍ରକାର ରୁଟିନ ୱାର୍କ ଚାଲେ । ଏହାରି ଭିତରେ ଏମିତି କିଛି ପ୍ରଫେସନାଲ ଲୋକ ବି ଅଛନ୍ତି ଯେଉଁମାନେ ଭାବନ୍ତି କି ଅଫିସ ଭିତରେ ମଜା ମସ୍ତି କରିବା ମନା । ଅଫିସ ଭିତରେ କେବଳ କାମ, ମଜା ମସ୍ତି ବାହାରେ ।

ହେଲେ ଏହାକୁ ଭୁଲ ପ୍ରମାଣିିତ କରିଛନ୍ତି ଜଣେ କର୍ମଜୀବୀ ମହିଳା । ସେ କୌଣସି ସାଧାରଣ କର୍ମଚାରୀ ନୁହଁନ୍ତି । ୱେଲ୍ସପେନ୍ ଇଣ୍ଡିଆ ଲିମିଟେଡର ଚିଫ ଏକଜ୍ୟୁକ୍ୟୁଟିଭ ଅଫିସର ବା ସିଇଓ ଏବଂ ଜଏଂଟ ମ୍ୟାଜେନିଙ୍ଗ ଡାଇରେକ୍ଟର ଦୀପାଳି ଗୋୟନକା । ଦୀପାଳି ତାଙ୍କ ଅଫିସରେ କିଛି ଏଭଳି କରିଛନ୍ତି ଯାହାର ଭିଡିଓ ଏବେ ସୋସିଆଲ ମିିଡିଆରେ ଘୁରି ବୁଲୁଛି । ଆରପିଜି ଏଣ୍ଟରପ୍ରାଇଜର୍ସର ଚ୍ୟାୟରମ୍ୟାନ ହର୍ଷ ଗୋୟନକା ଦୀପାଳି ଗୋୟନକାଙ୍କର ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ଦୀପାଳି ଅଫିସ ଭିତରେ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛିି । ଅଫିସ ଭିତରେ ସାଥୀ କର୍ମଚାରୀଙ୍କ ସହ ଦୀପାଳି ମୁକାବଲା ଗୀତରେ ଡ୍ୟାନ୍ସ କରୁଥାବରୁ ଦେଖିବାକୁ ମିଳିଛି ।

ଦୀପାଲିଙ୍କ ସହ ଅନ୍ୟ କର୍ମଚାରୀମାନେ ମଧ୍ୟ ମୁକାବଲା ଗୀତରେ ବେଶ ଝୁମୁଛନ୍ତି । ୱାର୍କିଂ ଆୱର ଭିତରେ ଅଫିସରେ ଏକପ୍ରକାର ମଜାକମସ୍ତି ଚାଲିଛି । ଡାନ୍ସ ସହ ତାଳିରେ କମ୍ପି ଉଠୁଛି ଅଫିସ ପରିସର । ହର୍ଷ ଗୋୟନକା  ଦୀପିଳିଙ୍କର ଏହି ଭିଡିଓଟିକୁ  ସୋସିଆଲ ମିଡିଆରେ ସେୟାର କରିବା ପରେ ଏହାକୁ ନେଇ ସୋସିଆଲ ମିଡିଆ ୟୁଜର୍ସ ବେଶ ସକରାତ୍ମକ ପ୍ରତିକ୍ରିୟା ଦେଉଛନ୍ତି । ଲୋକେ କହୁଛନ୍ତି ଯେ ଏଭଳି ମାହୋଲ ବନିଲେ କର୍ମଚାରୀମାନେ ଖୁସି ଖୁସିରେ କାମ କରିବାକୁ ଇଚ୍ଛା ପ୍ରକାଶ କରିବେ । ଏଠାରେ କହିରଖୁଛି ଯେ  ଏଭଳି ଅନେକ ବଡ ବଡ କମ୍ପାନୀ ରହିଛି,ଯେଉଁ କମ୍ପାନୀରେ କର୍ମଚାରୀମାନଙ୍କ ମୁଣ୍ଡରୁ କାମ ବୋଝ କମ କରିବା ପାଇଁ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ । ଯାହାଫଳରେ କର୍ମଚାରୀମାନେ ହାଲୁକା ଅନୁଭବ କରିବେ ଏବଂ କାମରେ ଅଧିକ ମନ ଦେବେ ।