୨୫ ଟଙ୍କା କମିପାରିବ ତେଲ ଦର! କଂଗ୍ରେସ କହିଲା, ବିଜେପି ଦେଖୁଛି ନିଜ ସ୍ୱାର୍ଥ

25

କନକ ବ୍ୟୁରୋ : ବେଲଗାମ ତୈଳ ଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି କଂଗ୍ରେସର ପୂର୍ବତନ ଅର୍ଥ ମନ୍ତ୍ରୀ ପି.ଚିଦାମ୍ବରମ । ଏଭଳି ଅହେତୁକ ଭାବେ ବୃଦ୍ଧି ପାଉଥିବା ତୈଳ ଦର ଲିଟର ପିଛା ୨୫ଟଙ୍କା ହ୍ରାସ କରାଯାଇ ପାରିବ ବୋଲି ଚିଦାମ୍ବରମ ଦମ୍ଭୋକ୍ତି ବାଢ଼ିଛନ୍ତି । କିନ୍ତୁ କେନ୍ଦ୍ରସରକାର ନିଜର ଫାଇଦା ପାଇଁ ତୈଳ ଦର ହ୍ରାସ କରୁ ନାହାଁନ୍ତି ବୋଲି ପାଲଟା ଅଭିଯୋଗ କରିଛନ୍ତି । ପି.ଚଦାମ୍ବରମ ନିଜ ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ୍ କରି ଏଭଳି ମନ୍ତବ୍ୟ ରଖିଛନ୍ତି । ଲୋକମାନଙ୍କୁ ଧୋକା ଦେଇ ୧ ଟଙ୍କାରୁ ୨ ଟଙ୍କା କମାଇ ଛଳନା କରିବ କେନ୍ଦ୍ରସରାକର ବୋଲି କଟୁକ୍ତି କରିଛନ୍ତି ପି.ଚିଦାମ୍ବରମ ।

ମଙ୍ଗଳବାର ସୁଦ୍ଧା ଦେଶର ପ୍ରମୂଖ ମହାନଗରମାନଙ୍କରେ ପାଖାପାଖି ୩୦ ପଇସାକୁ ବୃଦ୍ଧି କରାଯାଇଛି । ଯାହାଦ୍ୱାରା ବର୍ତ୍ତମାନ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୭୬ଟଙ୍କା ୮୭ ପଇସା ଥିବାବେଳେ ବମ୍ବେରେ ୮୪ଟଙ୍କା ୭୦ ପଇସା ପ୍ରତି ଲିଟର ରହିଛି । ତେଣୁ କେନ୍ଦ୍ର ସରକାର ପେଟ୍ରୋଲ ଲିଟର ପିଛା ୨୫ ଟଙ୍କା ଲାଭ କରୁଛନ୍ତି । କିନ୍ତୁ ପ୍ରକୃତରେ ଏହି ୨୫ ଟଙ୍କାର ଉପଯୁକ୍ତ ହିତାଧୀକାରୀ ହେଉଛନ୍ତି ସାଧାରଣ ଲୋକ ବୋଲି କଂଗ୍ରେସ ପୂର୍ବତନ ଅର୍ଥ ମନ୍ତ୍ରୀ ପି.ଚିଦାମ୍ବରମ କହିଛନ୍ତି ।

ପି.ଚିଦାମ୍ବରମଙ୍କ ଏଭଳି ମନ୍ତବ୍ୟ ସ୍ୱାଭାବିକ ଭାବେ ଜନତାଙ୍କ ମନରେ ଆଲୋଡନ ସୃଷ୍ଟି କରିଛି । ଯେ କ’ଣ ପ୍ରକୃତରେ କେନ୍ଦ୍ର ସରକାର ଜନତା ବିରୋଧୀ ସରକାର ଭାବେ କାର୍ଯ୍ୟପନ୍ଥା ଗ୍ରହଣ କରୁଛି । ଏଭଳି ଅହେତୁକ ତୈଳ ଦର ବୃଦ୍ଧିକୁ କାହିଁକି ଲଗାମ ଲଗାଇ ପାରୁ ନାହାଁନ୍ତି କେନ୍ଦ୍ର ସରକାର । ଯଦି ଏମିତି ଆଉ କିଛି ଦିନ ତୈଳ ଦର ବୃଦ୍ଧି ହେବ ନିଶ୍ଚିନ୍ତ ଭାବେ ଜନ ଅସନ୍ତୋଷରେ ପରିଣତ ହେବ ବୋଲି ପି.ଚିଦାମ୍ବରମ କହିଛନ୍ତି ।