ରାଜ୍ୟ ସରକାରଙ୍କୁ କେନ୍ଦ୍ରୀୟ ଟିମର ପ୍ରଶଂସା ! ଫୋନି ପରେ ପରେ ତ୍ୱରିତ ପୁନରୁଦ୍ଧାର କାମ ପାଇଁ ସ୍ୱାଭାବିକ ହେଉଛି ସ୍ଥିତି

176

କନକ ବ୍ୟୁରୋ : ରାଜ୍ୟ ସରକାରଙ୍କୁ ପ୍ରଶଂସା କଲେ କେନ୍ଦ୍ରୀୟ ଟିମ୍ । ଅତି ପ୍ରଚଣ୍ଡ ରୂପ ନେଇ ପ୍ରଳୟ ରଚାଇଥିବା ସାମୁଦ୍ରିକ ବାତ୍ୟା ଫୋନିରେ ବିଧ୍ୱସ୍ତ ଅଚଂଳରେ ରାଜ୍ୟ ସରକାରଙ୍କ ପୁନରୁଦ୍ଧାର କାର୍ଯ୍ୟ ପ୍ରଶଂସନୀୟ ବୋଲି କହିଛନ୍ତି କେନ୍ଦ୍ରୀୟ ଶକ୍ତି ଓ ଟେଲି ଯୋଗାଯୋଗ ସଚିବ । ବାତ୍ୟା ପରେ ରାଜ୍ୟ ସରକାର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରୀୟ ସଂସ୍ଥା ସହ ଯୋଗାଯୋଗ କରି ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିଥିଲେ । ବର୍ତ୍ତମାନ ସମୟରେ ପୁରୀକୁ ଛାଡ଼ିଦେଲେ ଅନ୍ୟ ପ୍ରଭାବିତ ଜିଲ୍ଲା ଗୁଡ଼ିକରେ ଟେଲିକମ ସେବା ଯୋଗାଣରେ ଦୃତ ସୁଧାର ଆସିଛି । ବର୍ତ୍ତମାନ ପୁରୀରେ ପୁନରୁଦ୍ଧାର କାର୍ଯ୍ୟ ଉପରେ ଗୁରୁତ୍ୱ ଦିଆଯାଉଛି ।

ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ୫୮ ପ୍ରତିଶତ ଟାୱାର, ପୁରୀ ସହରୀରେ ୧୮ ପ୍ରତିଶତ ଟାୱାର ଏବଂ କଟକ ସହରରେ ୭୩ ଭାଗ ଟାୱାର କାର୍ଯ୍ୟକ୍ଷମ ହୋଇପାରିଛି । ବ୍ୟାଙ୍କ ସେବାକୁ ସ୍ୱାଭାବିକ କରିବା ପାଇଁ ଚେଷ୍ଟା କରାଯାଉଛି । ପୁରୀରେ ୭୦.୫ ପ୍ରତିଶତ, ଖୋର୍ଦ୍ଧାରେ ୯୨ ପ୍ରତିଶତ, କଟକରେ ୯୧ ପ୍ରିତିଶତ, ଜଗତସିଂପୁରରେ ୮୮ ପ୍ରତିଶତ, ଗଞ୍ଜାମରେ ୯୭ ପ୍ରତିଶତ, କେନ୍ଦ୍ରପଡ଼ାରେ ୯୨ ପ୍ରତିଶତ ବ୍ୟାଙ୍କ ଶାଖା ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇଛି । ଡାଟା କନେକ୍ଟିଭିଟି ବଢ଼ାଇବା ସହ ଏଟିଏମ ସେବାରେ ମଧ୍ୟ ଦ୍ରୁତ ବିକାଶ କରାଯାଉଛି ।