କନକ ବ୍ୟୁରୋ : କରୋନା ମୁକାବିଲାକୁ ଆଖିରେ ମେଡିକାଲ କର୍ମଚାରୀ ଓ ପାରାମେଡିକାଲ କର୍ମଚାରୀଙ୍କ ପାଇଁ ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର । ରାସ୍ତାରେ ମେଡିକାଲ କର୍ମଚାରୀ, ନର୍ସ ଓ ପାରାମେଡିକାଲ କର୍ମଚାରୀଙ୍କୁ ନଅଟକାଇବା ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରସରକାର । କରୋନା ମୁକାବିଲା ପାଇଁ ମେଡିକାଲ କର୍ମଚାରୀଙ୍କୁ ଚଳାଚଳ ଉପରେ କଟକଣା ନଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଗୃହମନ୍ତ୍ରାଳୟ ସଚିବ ଅଜୟ ଭଲା ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି ।
ସମସ୍ତ ଘରୋଇ କ୍ଲିନିକ, ନର୍ସିଂ ହୋମ ଓ ପଥାଲ୍ୟାବ ଖୋଲିବା ଉପରେ କଟକଣା ନଲଗାଇବାକୁ ଗୃହମନ୍ତ୍ରାଳୟ ଚିଠିରେ ଉଲ୍ଲେଖ କରିଛି । ନିୟମିତ ଘରୋଇ ପାଥୋଲ୍ୟାବ, ନର୍ସିିଂ ହୋମ ଖୋଲିଲେ ମେଡିକାଲ ଉପରେ ଚାପ କମ ପଡିବ । ସେହିପରି ଆମ୍ବୁଲାନ୍ସସ, ସାନିଟାଇଜେସନ କରୁଥିବା ବ୍ୟାଙ୍କୁ ନ ଅଟକାଇବାକୁ ପରାମର୍ଶ ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/05/21-6.jpg)