ଆହୁରି କଡ଼ାକଡ଼ି ହେଉ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ! ସବୁ ରାଜ୍ୟକୁ ଗୃହ ମନ୍ତ୍ରଣାଳୟର ଚିଠି, କୌଣସି ପରିସ୍ଥିତିରେ ଉଲ୍ଲଂଘନ ନହେଉ ତାଲାବନ୍ଦ ନିୟମ

941

କନକ ବ୍ୟୁରୋ : କରୋନା ଭାଇରସର ପ୍ରକୋପକୁ ନିୟନ୍ତ୍ରିତି କରିବା ପାଇଁ ଦେଶବ୍ୟାପୀ ତାଲାବନ୍ଦ ଅବଧିକୁ ବୃଦ୍ଧି କରାଯାଇଛି । ତେବେ ଦ୍ୱିତୀୟ ପର୍ଯ୍ୟାୟ ତାଲାବନ୍ଦ ପାଇଁ ଆସିଛି ସ୍ୱତନ୍ତ୍ର ଗାଡଡ଼ଲାଇନ୍ । ଆଉ ଏସବୁ ମଧ୍ୟରେ ସବୁ ରାଜ୍ୟକୁ ଗୃହ ମନ୍ତ୍ରଣାଳୟ ସବୁ ରାଜ୍ୟକୁ ଚିଠି ଦେଇ ତାଗିଦ୍ କରିଛନ୍ତି । କୌଣସି ପରିସ୍ଥିତିରେ ବି ନିୟମର ଉଲ୍ଲଂଘନ କରାନଯାଉ ବୋଲି ଚରମ ବାଣୀ ଶୁଣାଇଛନ୍ତି । ପୂର୍ବାପେକ୍ଷା ଲକଡାଉନ୍ ନିମୟକୁ ଆହୁରି କଡ଼ାକଡ଼ି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କିଛି ସ୍ଥାନରେ ଲକଡାଉନ୍ ନିମୟ ଉଲ୍ଲଂଘନର ଖବର ଆସିବା ପରେ ସବୁ ରାଜ୍ୟକୁ ଚେତାଇ ଦେଇଛି ଗୃହ ମନ୍ତ୍ରଣାଳୟ ।

କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଗାଇଡ଼ଲାଇନ୍ ଅନୁସାରେ ନିୟମ ପାଳନ କରିବା ପାଇଁ ତାଗିଦ୍ କରିଛନ୍ତି ଗୃହ ମନ୍ତ୍ରଣାଳୟ । କିଛି ସ୍ଥାନରେ କରୋନା ପାଇଁ ରାଜ୍ୟରେ ଲାଗୁ ହୋଇଥିବା କଟକଣା କୋହଳ କରାଯାଇଛି । ବିଶେଷ ଭାବେ ସଂକ୍ରମଣ ବଢିନଥିବା ଓ ସଂକ୍ରମିତ ହେବାର ଆଶଙ୍କା ନଥିବା ଅଂଚଳରେ ଏହି କଟକଣା କୋହଳ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । କେଉଁଠି ଗାଡି଼ ଚଳାଚଳ ପାଇଁ ତ କେଉଁଠି କେବଳ ଜରୁରୀ କାମରେ ଗାଡି ନେଇ ଲୋକେ ବାହାରି ପାରିବେ ବୋଲି ନିଷ୍ପତ୍ତି ହୋଇଛି ।

ସେପଟେ କେରଳରେ ଦୁଇଟି ଅଞ୍ଚଳରେ ଲକଡାଉନ୍ କଟକଣା କୋହଳ କରାଯାଇଛି । ଅଡ଼-ଇଭିନ୍ ଫର୍ମୁଲା ଅନୁସାରେ ବ୍ୟକ୍ତିଗତ ଗାଡ଼ି ଚଳାଚଳ ଅନୁମତି ପ୍ରଦାନ କରାଯାଇଛି । ସେହିପରି ରାଜସ୍ଥାନରେ କଟକଣା ଆଂଶିକାକୋହଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି କିଛି ଶିଳ୍ପାନୁଷ୍ଠାନ ଚଳାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ତେବେ କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଆଧାରରେ ସମସ୍ତ କାର୍ଯ୍ୟ କରାଯିବ ବୋଲି ମଧ୍ୟ ସେ ସୁନିଶ୍ଚିତ କରିଛନ୍ତି ।