ସଡ଼କ ଦୁର୍ଘଟଣା ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଙ୍କୁ କେନ୍ଦ୍ରର ତାଗିଦ୍ : ୪୮ ଘଣ୍ଟା ମଧ୍ୟରେ ରାସ୍ତାରେ ଥିବା ଖାଲ ମରାମତି କରିବାକୁ ନିର୍ଦ୍ଦେଶ

Advertisment
ସଡ଼କ ଦୁର୍ଘଟଣା ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଙ୍କୁ କେନ୍ଦ୍ରର ତାଗିଦ୍  : ୪୮ ଘଣ୍ଟା ମଧ୍ୟରେ ରାସ୍ତାରେ ଥିବା ଖାଲ ମରାମତି କରିବାକୁ ନିର୍ଦ୍ଦେଶ

କନକ ବ୍ୟୁରୋ : ଦେଶରେ ସଡ଼କ ଦୁର୍ଘଟଣାକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ନୂଆ ମଟର ଯାନ ଆଇନରେ ଜରିମାନା ଦେୟକୁ ବୃଦ୍ଧି କରିବା ପରେ ଏବଂ ଏହାର କାର୍ଯ୍ୟକାରିତା ନେଇ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ସମେତ ଦେଶର ସମସ୍ତ ରାଜ୍ୟଙ୍କୁ ପତ୍ର ଲେଖାଯାଇଛି ।  ନେଇ କେନ୍ଦ୍ର ଦେଖାଦେଇଛି

କେନ୍ଦ୍ର ସରକାର ଆଜି ସ୍ପଷ୍ଟ ନିର୍ଦେଶ ଦେଇଛନ୍ତି, ରାଜପଥର ଗାତ ଓ ଖାଲ ଗୁଡ଼ିକୁ ୪୮ ଘଣ୍ଟା ମଧ୍ୟରେ ମରାମତି କରାଯିବା ଦରକାର । ମରାମତିର ସମୟସୀମା ୪୮ ଘଣ୍ଟାରୁ ଅଧିକ ଯେଭଳି ହେବ ନାହିଁ ସେ ନେଇ ଦୃଷ୍ଟି ଦିଆଯିବା ଦରକାର । ଜାତୀୟ ରାଜପଥରେ ଅଧିକ ସଂଖ୍ୟାରେ ଯାନବାହାନ ଯାତାୟତ ହେଉଥିବା ଯୋଗୁଁ ଦୁର୍ଘଟଣା ଆଶଙ୍କା ରହୁଛି। ଏଥିପାଇଁ ନିରନ୍ତର ପାଟ୍ରୋଲିଂ କରିବା ପାଇଁ େକନ୍ଦ୍ର ସରକାର ତାଗିଦ୍ କରିଛନ୍ତି। ବିଶେଷକରି ରାତିରେ ଦ୍ରୁତ ଗତିରେ ଚାଲୁଥିବା ଯାନ ଗୁଡ଼ିକ ରାଜପଥ ମାନଙ୍କରେ ଠିଆ ହୋଇଥିବା ଗାଡିକୁ ଧକ୍କା ଦେଉଥିବା ଦେଖାଦେଇଛି  । ଏହାକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ନେବା ପାଇଁ କେନ୍ଦ୍ର ସରକାର ସତର୍କ କରିଛନ୍ତି।

ନିର୍ଦ୍ଦେଶନାମାରେ ଆହୁରି କୁହାଯାଇଛି, ସହର ଓ ଗ୍ରାମାଞ୍ଚଳର ଯେଉଁ ସଡ଼କ ଉପରେ କ୍ଷମତା ଠାରୁ ଅଧିକ ବାହାନ ଚଳାଚଳ କରୁଛନ୍ତି, ସେଗୁଡ଼ିକର ଚିହ୍ନଟ କରାଯିବା ଦରକାର। ସେଠାରେ ତୁରନ୍ତ ଯାତାୟତ ନିୟନ୍ତ୍ରଣ ବ୍ୟବସ୍ଥା ଲାଗୁ ହେବା ଉଚିତ୍ । ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳରେ ତଥା ଜଳାଶ୍ରୟ ନିକଟ ଦେଇ ଗତି କରୁଥିବା ଯାନ ବାହାନଙ୍କ ପାଇଁ ସ୍ବତନ୍ତ୍ର ପଦକ୍ଷେପ ଲାଗି କୁହାଯାଇଛି । ରାଜ୍ୟମାନଙ୍କୁ ନିୟମିତ ଭାବେ ସୁରକ୍ଷା ଅଡିଟ୍ କରିବା ପାଇଁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି । ଏହାବ୍ୟତୀତ ପଦଯାତ୍ରୀଙ୍କ ପାଇଁ ଫୁଟଓଭର ବ୍ରିଜ୍, ଅଣ୍ଡରପାସ୍, ଫୁଟପାଥ୍ ନିର୍ମାଣ ପାଇଁ କୁହାଯାଇଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe