କନକ ବ୍ୟୁରୋ : ଦେଶରେ ସଡ଼କ ଦୁର୍ଘଟଣାକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ନୂଆ ମଟର ଯାନ ଆଇନରେ ଜରିମାନା ଦେୟକୁ ବୃଦ୍ଧି କରିବା ପରେ ଏବଂ ଏହାର କାର୍ଯ୍ୟକାରିତା ନେଇ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ସମେତ ଦେଶର ସମସ୍ତ ରାଜ୍ୟଙ୍କୁ ପତ୍ର ଲେଖାଯାଇଛି । ନେଇ କେନ୍ଦ୍ର ଦେଖାଦେଇଛି
କେନ୍ଦ୍ର ସରକାର ଆଜି ସ୍ପଷ୍ଟ ନିର୍ଦେଶ ଦେଇଛନ୍ତି, ରାଜପଥର ଗାତ ଓ ଖାଲ ଗୁଡ଼ିକୁ ୪୮ ଘଣ୍ଟା ମଧ୍ୟରେ ମରାମତି କରାଯିବା ଦରକାର । ମରାମତିର ସମୟସୀମା ୪୮ ଘଣ୍ଟାରୁ ଅଧିକ ଯେଭଳି ହେବ ନାହିଁ ସେ ନେଇ ଦୃଷ୍ଟି ଦିଆଯିବା ଦରକାର । ଜାତୀୟ ରାଜପଥରେ ଅଧିକ ସଂଖ୍ୟାରେ ଯାନବାହାନ ଯାତାୟତ ହେଉଥିବା ଯୋଗୁଁ ଦୁର୍ଘଟଣା ଆଶଙ୍କା ରହୁଛି। ଏଥିପାଇଁ ନିରନ୍ତର ପାଟ୍ରୋଲିଂ କରିବା ପାଇଁ େକନ୍ଦ୍ର ସରକାର ତାଗିଦ୍ କରିଛନ୍ତି। ବିଶେଷକରି ରାତିରେ ଦ୍ରୁତ ଗତିରେ ଚାଲୁଥିବା ଯାନ ଗୁଡ଼ିକ ରାଜପଥ ମାନଙ୍କରେ ଠିଆ ହୋଇଥିବା ଗାଡିକୁ ଧକ୍କା ଦେଉଥିବା ଦେଖାଦେଇଛି । ଏହାକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ନେବା ପାଇଁ କେନ୍ଦ୍ର ସରକାର ସତର୍କ କରିଛନ୍ତି।