ବଲିଉଡ଼୍ ଅଭିନେତ୍ରୀ ସେଲିନା ଜେଟଲୀଙ୍କ ପିତାଙ୍କ ନିଧନ ! ଦୁବାଇରୁ ଇନ୍ଦୋର ଫେରିଲେ ଅଭିନେତ୍ରୀ

ବଲିଉଡ଼୍ ଅଭିନେତ୍ରୀ ସେଲିନା ଜେଟଲୀଙ୍କ ପିତାଙ୍କ ନିଧନ ! ଦୁବାଇରୁ ଇନ୍ଦୋର ଫେରିଲେ ଅଭିନେତ୍ରୀ

photo courtesy -http://aajtak.intoday.in

ବଲିଉଡ଼ ଅଭିନେତ୍ରୀ ସେଲିନା ଜେଟଲୀଙ୍କ ପିତାଙ୍କର ନିଧନ ହୋଇଯାଇଛି । ଅନେକ ସମୟ ଧରି ସେ ରୋଗଗ୍ରସ୍ତ ଥିଲେ । ତେବେ ରବିବାର ତାଙ୍କ ପିତା ବିକେ ଜେଟଲୀଙ୍କର ପରଲୋକ ହୋଇଛି । ସେଲିନା ଏବେ ଗର୍ଭବତୀ ଥିଲେ ହେଁ ପିତାଙ୍କର ନିଧନ ଖବର ଶୁଣି ଦୁବାଇରୁ ଇନ୍ଦୋର ଆସିଥିବା ସୂଚନା ମିଳିଛି ।

ଗର୍ଭବତୀ ଥିବା ହେତୁ ସେଲିନାଙ୍କୁ ଏହି ଘଟଣା ଗଭୀର ଆଘାତ ଦେଇଛି । ଶୁଣିବାକୁ ମିଳୁଛି, ସେ ଅକ୍ଟୋବର ମାସରେ ପୁଣି ଥରେ ଯାଅାଁଳା ସନ୍ତାନ ଜନ୍ମ ଦେବାକୁ ଯାଉଛନ୍ତି । ପୂର୍ବରୁ ସେ ଯାଅାଁଳା ସନ୍ତାନ ବିଶ୍ଟନ ଏବଂ ବିରାଜଙ୍କର ମା’ ହୋଇଛନ୍ତି । ସେଲିନା ଏବଂ ତାଙ୍କ ସ୍ୱାମୀ ପିଟର ଯେତେବେଳ ଜାଣିଲେ ସେ ଦ୍ୱିତୀୟ ଥର ପାଇଁ ଯାଅାଁଳା ସନ୍ତାନ ଜନ୍ମ ଦେବାକୁ ଯାଉଛନ୍ତି, ସୋମାନେ ଆଶ୍ଚର୍ଯ୍ୟ ହୋଇଗଲେ ବୋଲି ସେ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe