ମାଇନସ ୨୦ ଡିଗ୍ରୀ ତାପାମାତ୍ରାରେ ସାଧାରଣତନ୍ତ୍ର ଦିବସ ପାଳନ : ଲଦାଖରେ ୧୭ହଜାର ଫୁଟ ଉଚ୍ଚରେ ତ୍ରିରଙ୍ଗା ଉଡ଼ାଇଲେ ଭାରତୀୟ ବୀର ଯବାନ

263

କନକ ବ୍ୟୁରୋ : ମାଇନସ ତାପମାତ୍ରାରେ ସାଧାରଣତନ୍ତ୍ର ଦିବସ । ଦେଶବ୍ୟାପୀ ଖୁବ ଧୁମଧାମରେ ସାଧାରଣତନ୍ତ୍ର ଦିବସ ପାଳନ ହେଉଥିବା ବେଳେ ଭାରତୀୟ ସେନାର ଯବାନ ମାନେ ୧୭ ହଜାର ଫୁଟ ଉଚ୍ଚରେ ଲଦାଖରେ ତ୍ରିରଙ୍ଗା ଉଡ଼ାଇଛନ୍ତି । ଭାରତ-ତିଦ୍ଦବ ସୀମା ପୋଲିସ୍ (ଆଇଟିବିପି)ର ଯବାନମାନେ ମାଇନସ୍ ୨୦ ଡ୍ରିଗି ସେଲସିୟସ ଠାରୁ ମଧ୍ୟ କମ୍ ତାପମାତ୍ରାରେ ଭାରତ ମାତା କି ଜୟ ଓ ବନ୍ଦେ ମାତରମ୍ ନାରା ଦେଇ ଲଦାଖରେ ତ୍ରିରଙ୍ଗା ଉଡ଼ାଇଛନ୍ତି ।

ଜମ୍ମୁ-କାଶ୍ମୀରରୁ ୩୭୦ ହଟିବା ପରେ ପ୍ରଥମ ଥର ପାଇଁ ପୃଥକ୍ କେନ୍ଦ୍ରଶାସିତ ଅଞ୍ଚଳ ହୋଇଥିବା ଲଦାଖରେ ସାଧାରଣତନ୍ତ୍ର ଦିବସ ପାଳନ ହୋଇଛି । ଗୃହମନ୍ତ୍ରୀ ଅମିତ ଶାହ ଗତକାଲି ଏକ ରାଲିରେ କହିଥିଲେ, ୩୭୦ ହଟିବା ପରେ ପ୍ରଥମ ଥର ପାଇଁ କାଶ୍ମୀରରେ ଖୋଲାମନରେ ତଥା ଖୁବ ଧୁମଧାମରେ ସାଧାରଣତନ୍ତ୍ର ଦିବସ ପାଳନ କରାଯିବା ଉଚିତ ।