କନକ ବ୍ୟୁରୋ : ସିଡିଏରୁ ଇଚ୍ଛାଧୀନ କୋଟାରେ ଏକାଧିକ ପ୍ଲଟ ହାତେଇ ଥିବା ବ୍ୟକ୍ତିଙ୍କୁ ଲାଗିଛି ଟାକ୍ସଫୋର୍ସ ଝଟକା । ପ୍ରଥମ ପର୍ଯ୍ୟାୟରେ ୧୨ ଟି ପ୍ଲଟ ବାତିଲ କରିଛି ସିଡିଏ । ଏହି ୧୨ ଜଣ ବ୍ୟକ୍ତି ମିଥ୍ୟା ସତ୍ୟପାଠ ଓ ଭୂଲ ସୂଚନା ବଳରେ ହାତେଇଥିଲେ ଏକାଧୀକ ଜମି ।
ଏନେଇ ସତ ଜଣାପଡିବା ପରେ ସିଡିଏ ଉପାଧ୍ୟକ୍ଷ ତଥା ଜିଲ୍ଲାପାଳ ବେଆଇନ ଭାବେ ହାତେଇଥିବା ଜମିକୁ ବାତିଲ କରିବା ପାଇଁ ସୁପାରିସ କରିଥିଲେ । ବାତିଲ ହୋଇଥିବା ୧୨ଟି ପ୍ଲଟ ମଧ୍ୟରୁ ୭ଟି ପ୍ଲଟ ମାଲିକ ସ୍ୱାମୀ ସ୍ତ୍ରୀ ହୋଇଥିବା ବେଳେ ୫ ଜଣ ଏକାଧିକ ପ୍ଲଟ ହାତେଇ ଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-07-12h06m38s667.png)