କନକ ବ୍ୟୁରୋ : ଦୁର୍ଘଟଣା କମାଇବା ପାଇଁ ୧୬ ନମ୍ବର ଜାତୀୟ ରାଜପଥରେ ଲାଗିବ ସିସିଟିଭି । ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାର ଗିରିସୋଲା ଠାରୁ ପୁଇଁତଳା ଯାଏ ୫୨ କିଲୋମିଟର ପର୍ଯ୍ୟନ୍ତ ରାସ୍ତାକୁ ସିସିଟିଭି ଜଗିବ । ଦୁର୍ଘଟଣା ରୋକିବା ପାଇଁ ଏହି ସବୁ ପଦକ୍ଷେପ ନିଆଯାଉଥିବା କହିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଗାଡ଼ି ଚଳାଇବା ସମୟରେ ମୋବାଇଲ୍ ଫୋନ୍ ବ୍ୟବହାର କଲେ ଲାଇସେନ୍ସ ବାତିଲ ହେବ ବୋଲି ସୁପ୍ରିମକୋର୍ଟ କମିଟି ନିର୍ଦ୍ଦେଶ ଦେଇ ସାରିଛନ୍ତି ।
ଏହି ସିସିଟିଭି ଜରିଆରେ ଆଇନ ଉଲ୍ଲଂଘନକାରୀଙ୍କୁ ଧରି ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯିବ । ମୋବାଇଲରେ ଗପିବା ସହ ନାଲିବତି ଡେଇଁବା, ନିର୍ଦ୍ଧାରିତ ବେଗରୁ ଅଧିକ ଜୋରରେ ଗାଡ଼ି ଚଲାଇବା, ଓଭରଲୋଡିଂ, ମାଲବାହୀ ଯାନରେ ଯାତ୍ରୀ ପରିବହନ କରି ଧରାପଡ଼ିଲେ ଲାଇସେନ୍ସ ବାତିଲ ହେବ ବୋଲି ପରିବହନ କମିସନର ଗତ ୩୦ ତାରିଖରେ ସମସ୍ତ ଆରଟିଓଙ୍କୁ ଚିଠି ଲେଖିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/1-2.jpg)