କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସିବିଏସଇର ବଡ଼ ନିଷ୍ପତ୍ତି : ବିନା ପରୀକ୍ଷାରେ ପାସ୍ ହେବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀ

1,273

କନକ ବ୍ୟୁରୋ : କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସିବିଏସ୍ଇର ବଡ଼ ନିଷ୍ପତ୍ତି । ବିନା ପରୀକ୍ଷାରେ ପାସ୍ ହେବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ । ଏନସିଆରଟି ସହ ପରାମର୍ଶ କରିବା ପରେ ସିବିଏସ୍ଇ ଏଭଳି ଏକ ନିଷ୍ପତି ନେଇଛି । ନବମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଓ ମୁଲ୍ୟାୟନ ସରିଛି । ଏପଟେ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ସ୍ଥଗିତ ହୋଇଥିବା ବିଷୟ ଗୁଡ଼ିକର ପରୀକ୍ଷା ପୁଣି ଥରେ ଅନୁଷ୍ଠିତ ହେବ । ଏଥିପାଇଁ ନୂଆ ତାରିଖ ଘୋଷଣା ହେବ । ଏନେଇ ପରୀକ୍ଷାର ୧୦ ଦିନ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯିବ ବୋଲି ସୂଚନା ଦିଆଯାଇଛି ।

ପୂର୍ବରୁ ବିଏସଇ ବା ମାଧ୍ୟମିକ ଶିକ୍ଷା ପରିଷଦ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ପାସ୍ କରିବେ ବୋଲି ଘୋଷଣା କରିସାରିଛି । ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଏ ସଂପର୍କରେ ସୂଚନା ଦେଇ କହିଥିଲେ, ଚଳିତ ବର୍ଷଠାରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଲାଗୁ ହେବାକୁ ଥବା ପାସ୍ ଫେଲ ନିଷ୍ପତି ଲାଗୁ ହେବ ନାହିଁ । କରୋନା ଯୋଗୁଁ ଆଉ ପରୀକ୍ଷା କରିବାକୁ ସମୟ ନାହିଁ । ତେଣୁ ସମସ୍ତେ ଛାତ୍ରଛାତ୍ରୀଙ୍କୁ ପାସ୍ କରାଯିବ । ତେବେ ନବମ ଶ୍ରେଣୀର ସମସ୍ତ ପରୀକ୍ଷା ଶେଷ ହୋଇଛି, ମାତ୍ର ଗୋଟିଏ ପରୀକ୍ଷା ବାକି ଅଛି । ତେଣୁ କରୋନା ଭୟାବହ ପରେ ଏହି ଶ୍ରେଣୀର ପାସ୍ ଫେଲ୍ ନେଇ ନିଷ୍ପତିି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।