ସିବିଏସଇ ଦଶମ ରେଜଲ୍ଟରେ ବି ଛାତ୍ରଙ୍କୁ ପଛରେ ପକାଇଲେ ଛାତ୍ରୀ : ଦେଶରେ ପାସ ହାର ୮୬ .୭ ପ୍ରତିଶତ

23

କନକ ବ୍ୟୁରୋ : ସିବିଏସଇ ରେଜଲ୍ଟ ବାହାରିବା ପରେ ପୁଣି ଥରେ ଛାତ୍ରୀମାନେ ଛାତ୍ରଙ୍କୁ ପଛରେ ପକାଇ ଦେଇଥିବା ପ୍ରମାଣିତ ହୋଇଛି । ଆଜି ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ମୋଟ ପାସ ହାର ରହିଛି ୮୬ ଦଶମିକ ୭୦ ପ୍ରତିଶତ । ଛାତ୍ରୀଙ୍କ ପାସ ହାର ୮୮ ଦଶମିକ ୬୭୫ ପ୍ରତିଶତ ରହିଥିବା ବେଳେ ଛାତ୍ରଙ୍କ ପାସ ହାର ରହିଛି ୮୫ ଦଶମିକ ୩୨ ପ୍ରତିଶତ । ୫୦୦ରୁ ୪୯୯ ନମ୍ବର ରଖି ୪ ଜଣ ଟପ୍ପର ହୋଇଛନ୍ତି ।

ଗୁରଗାଓଁର ପ୍ରଖର ମିତଲ, ବିଜନୌରର ରିମଝିମ୍ ଅଗ୍ରୱାଲ, ସାମଲିର ନନ୍ଦିନି ଗର୍ଗ ଓ କୋଚିର ଶ୍ରୀଲକ୍ଷ୍ମୀ ଜି. ଟପ୍ପର ହୋଇଛନ୍ତି । ଦୁଇଟି ୱେବସାଇଟ୍ରେ ପରୀକ୍ଷା ଫଳ ଉପଲବ୍ଧ ହେଉଛି । ସିବିଏସଇ ରେଜଲ୍ଟସ ଡଟ୍ ଏନଆଇସି ଡଟ୍ ଇନ୍ ଏବଂ ସିବିଏସଇ ଡଟ୍ ଏନଆଇସି ଡଟ୍ ଇନ୍ ୱେବସାଇଟ୍ରୁ ରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ । ଚଳିତ ବର୍ଷ ସ୍କୁଲ ଓଡିଶା ସମେତ ପଶ୍ଚିମବଙ୍ଗ ଓ ଛତିଶଗଡକୁ ନେଇ ଗଠିତ ଭୁବନେଶ୍ୱର ଜୋନ୍ର ଦଶମ ଶ୍ରେଣୀରେ ୯୨୭ ବିଦ୍ୟାଳୟର ୭୭ ହଜାର ୭୦୮ ଜଣ ଛାତ୍ରଛାତ୍ରୀ ୨୨୮ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିଲେ । ଓଡିଶାରୁ ୧୮ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।

ୱେବସାଇଟରେ ଛାତ୍ରଛାତ୍ରୀ ଦଶମ ଶ୍ରେଣୀର ରେଜଲ୍ଟ ପାଇପାରିବେ

• ପ୍ରଥମେ ସିବିଏସଇର ଅଫିସିଆଲ ୱେବସାଇଟ ସିବିଏସଇ.ଏନଆଇସି,ଇନକୁ କ୍ଲିକ କରନ୍ତୁ ।

• ଦ୍ୱିତୀୟରେ ଯେଉଁ ମାଟ୍ରିକ ସେକ୍ସନକୁ ଯାଆନ୍ତୁ ।

• ତୃତୀୟ ଷ୍ଟେପ ହେଲା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ରେଜଲ୍ଟ-୨୦୧୮ ଉପରେ କ୍ଲିକ କରନ୍ତୁ ।

• ଚତୁର୍ଥ ଷ୍ଟେପ ହେଉଛି ଆଡମିଟ କାର୍ଡର ଡିଟେଲସ ପରେ ରେଜଲ୍ଟ ହାସଲ କରନ୍ତୁ । ଆପଣ ଏହି ରେଜଲ୍ଟକୁ ଡାଉନଲୋଡ ବି କରିପାରିବେ ।

• ଏହାଛଡା ଫୋନ ମାଧ୍ୟମରେ ମାଧ୍ୟମରେ ଆପଣ ରେଜଲ୍ଟ ଜାଣିପାରିବେ । ଦିଲ୍ଲୀ ଓ ଏହାର ଆଖାପାଖ ଅଂଚଳର ପିଲା ୨୪୩୦୦୬୯୯ ଓ ଅନ୍ୟ ରାଜ୍ୟର ପିଲା ୦୧୧-୨୪୩୦୦୬୯୯ରେ କଲ କରି ରେଜଲ୍ଟ ଜାଣିପାରିବେ ।