ସିବିଏସଇ ତୁଳନାରେ ବିଏସଇରେ କମିଲା ପାସହାର : ସିବିଏସଇ ୧୦ମରେ ପାସ କରିଥିଲେ ୯୧.୧୦ ପ୍ରତିଶତ ପରୀକ୍ଷାର୍ଥୀ, ବିଏସଇରେ ପାସ କଲେ ୭୦.୭୮ପ୍ରତିଶତ

172

କନକ ବ୍ୟୁରୋ : ସିବିଏସଇ ଓ ମାଧ୍ୟମିକ ଶିକ୍ଷା ପରିଷଦ ବିଏସଇର ପାସହାରକୁ ଦେଖିଲେ ରାଜ୍ୟର ପାସହାର ସନ୍ତୋଷଜନକ ନୁହେଁ ବୋଲି କୁହାଯିବ । ସିବିଏସଇର ଦଶମ ଶ୍ରେଣୀର ପାସହାର ପ୍ରାୟ ପ୍ରତିବର୍ଷ ୯୦ ପ୍ରତିଶତରୁ ଅଧିକ ରହୁଥିବାବେଳେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପାସ ହାର ପ୍ରାୟ ୭୦ରୁ ୮୦ ପ୍ରତିଶତ ରହୁଛି । ଗତ ୫ ବର୍ଷର ଆକଳନ ଦେଖିଲେ ଏହା ସ୍ପଷ୍ଟ ହେବ । ୨୦୧୫ରେ ସିବିଏସଇର ପାସହାର ୯୭.୩୨ ଥିବାବେଳେ ବିଏସଇର ପାସହାର ଥିଲା ୮୨.୫୬ ।

୨୦୧୬ରେ ସିବିଏସଇର ୯୬. ୨୧ ପ୍ରତିଶତ ଥିବାବେଳେ ବିଏସଇ ୭୬. ୨୯ ପ୍ରତିଶତ ଥିଲା । ୨୦୧୭ରେ ଏହା ୯୩ ଦଶମିକ ୦୬ ପ୍ରତିଶତ ଥିବାବେଳେ ବିଏସଇର ପାସହାର ଥିଲା ୮୫ ଦଶମିକ ୨୮ ପ୍ରତିଶତ ରହିଥିଲା । ୨୦୧୮ରେ ଏହା ଯଥାକ୍ରମେ ୮୬. ୦୭ ଓ ୮୮. ୨୫ ପ୍ରତିଶତ ଥିଲା । ଚଳିତବର୍ଷ କିନ୍ତୁ ଏହି ବ୍ୟବଧାନ ବହୁତ ରହିିଛି । ସିବିଏସଇର ପାସହାର ୯୧.୧୦ ଥିବାବେଳେ ବିଏସଇର ପାସହାର ରହିଛି ୭୦ ଦଶମିକ ୭୮ ପ୍ରତିଶତ । ପ୍ରଶ୍ନ ଉଠୁଛି , ଛାତ୍ରଛାତ୍ରୀଙ୍କ ପାସହାରରେ ଏତେ ତାରତମ୍ୟ ରହୁଛି କାହିଁକି ।