ଗିରଫ ପରେ ପ୍ରଭାତ ବିଶ୍ୱାଳଙ୍କୁ ମାରାଥନ ଜେରା କରୁଛି ସିବିଆଇ !

30

କନକ ବ୍ୟୁରୋ : ଗିରଫ ପରେ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଜେରା । ପ୍ରଭାତ ବିଶ୍ୱାଳଙ୍କୁ ମାରାଥନ ଜେରା କରୁଛି ସିବିଆଇ । ତେବେ ପ୍ରଭାତ ବିଶ୍ୱାଳଙ୍କ ଗିରଫଦାରୀ ପରେ ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ସାଂସଦ ପ୍ରତାପ ଦେବ ଓ ଉପସଭାବତି ଦେବୀ ମିଶ୍ର ଓ ବିଧାୟକ ଅତନୁ ସବ୍ୟସାଚୀ ଉପସ୍ଥିତ ଅଛନ୍ତି । ସେପଟେ କଟକରେ ପ୍ରଭାତଙ୍କ ସମର୍ଥକଙ୍କ ବିକ୍ଷୋଭ କରୁଛନ୍ତି । ତେବେ ଏବେ ପ୍ରଶ୍ନ ଉଠୁଛି ପ୍ରଭାତ ବିଶ୍ୱାଳଙ୍କୁ କ’ଣ ଦଳରୁ ନିଲମ୍ବିତ କରିବା ପାଇଁ ନିଷ୍ପତି ନିଆଯିବ ? କ’ଣ ହେବ ବିଜେଡ଼ର ଆଭିମୁଖ୍ୟ ?

ସୂଚନାଯୋଗ୍ୟ, ସିସୋର ସହ ଜମି କାରବାର ମାମଲାରେ ପ୍ରଭାତ ବିଶ୍ୱାଳ ଗିରଫ ହୋଇଥିବ। ସୂଚନା ମିଳିଛି । ଗତକାଲି ରାତିରେ ସିବିଆଇ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଗତକାଲି ରାତିରେ ସିବିଆଇ ତାଙ୍କୁ ପଚରାଉଚରା କରିବା ପାଇଁ ଡାକିଥିଲା । ପଚରାଉଚରା କରିବା ପରେ ଆଇପିସି ଧାରା ୧୨୦ ବି ବଳରେ ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ସିସୋର ସହ ଜମି କାରବାର ମାମଲାରେ ସିବିଆଇ ପ୍ରଭାତ ବିଶ୍ୱାଳଙ୍କୁ ଗିରଫ କରାଯାଇଛି । ପ୍ରଭାତଙ୍କ ଗିରଫଦାରୀ ପରେ ବୟାନବାଜୀ ଆରମ୍ଭ ହୋଇଛି । ବିଜେଡି କହିଛି, ରାଜନୈତିକ ଉଦ୍ଦେଶ୍ୟରେ ପ୍ରଭାତଙ୍କୁ ଗିରଫ କରାଯାଇଛି । ଏନେଇ ପ୍ରଭାତଙ୍କ ଭାଇ କହିଛନ୍ତି, ନିରପେକ୍ଷ ତଦନ୍ତ କରୁନାହିଁ ସିବିଆଇ ।