କନକ ବ୍ୟୁରୋ : ପ୍ରବଳ ଖରାରେ ରଥ ନର୍ମାଣ କାର୍ଯ୍ୟରେ ମନ୍ଥରତା ଯୋଗୁଁ ବିଶ୍ୱକର୍ମାଙ୍କ ଦାବି ମୁତାବକ ଦେଢ଼ା ମଜୁରିରେ ସକାଳ ୮ଟାରୁ କମା ଆରମ୍ଭ ହୋଇ ଦ୍ରୁତ ଗତିିରେ ଆଗେଇ ଚାଲିଛି । ତିନୋଟି ଯାକ ଭୂଇଁ ସହ ଦୁଇ ଦିନ ପୂର୍ବରୁ ରଥ ଉପରକୁ ବଡ଼ ପୋଟଳ ଉଠିବା ପରେ ନାହାକା କଇଁଁଚି, କାମ ଆରମ୍ଭ ହୋଇଛି ।
ପ୍ରତ୍ୟକ ରଥରେ ୨ ଟି ଲେଖାଏଁ ବଡ ପୋଟଳ ଉଠିଥିବା ବେଳ ଆଜି ବାକି ଦୁଇଟି ପୋଟଳ ଉଠିଛି । ୧୩ ପରସ୍ତ ପୋଟଳରୁ ଗୋଟିଏ ପରସ୍ତ ଶେଷ ହୋଇଯିବା ବେଳେ ବାକି ୧୨ ପରସ୍ତ ପୋଟଳ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଜି ଏହି ପୋଟଳ ଉଠିବ ବୋଲି ବିଶ୍ୱକର୍ମା ମୁଖିଆମାନେ ଆଶା କରିଛନ୍ତି ।
ସେହିଭଳି ପାଗ ଓ ପଛିଆଣି ଧମକ ନିର୍ମାଣ ଚାଲିଛି । ପତରା ଓ କଳସ ନିର୍ମାଣ ଚାଲିଥିବା ବେଳେ ଦୁଆର ବେଢ଼ାରେ ଲାଗୁଥିବା ଚନ୍ଦ୍ରକାଳୀ ସ୍ଥାପନ ସିରିଛି । ସେହିଭଳି ରଥଖଳାରେ ପ୍ରସ୍ତୁତ ପାରାଭାଡ଼ି ରଙ୍ଗ ଆରମ୍ଭ ହୋଇଛି । ଅନ୍ୟପଟେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ରଥକନା ଦର୍ଜୀ ସେବକଙ୍କ ଦ୍ୱାରା ଜୋରସୋରରେ ପ୍ରସ୍ତୁତି ଚାଲିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/06/Screen-shot-2017-06-19-at-12.01.05-PM.png)