ସଡକ ଦୁର୍ଘଟଣାରେ ସୁନ୍ଦରଗଡର ପୂର୍ବତନ ବିଧାୟକ ଯୋଗେଶ ସିଂଙ୍କ ସମେତ ୩ ଜଣ ଗୁରୁତର ! ଅନୁଗୁଳ ମହିଧରପୁର ନିକଟରେ ଗଛରେ ପିଟି ହେବା ପରେ ଜଳିଗଲା କାର୍

1,402

କନକ ବ୍ୟୁରୋ : ସଡକ ଦୁର୍ଘଟଣାରେ ସୁନ୍ଦରଗଡର ପୂର୍ବତନ ବିଧାୟକ ଯୋଗେଶ ସିଂଙ୍କ ସମେତ ୩ ଜଣ ଗୁରୁତର । ରାତି ପ୍ରାୟ ୩ଟା ବେଳେ ହୋଇଛି ଏହି ଦୁର୍ଘଟଣା । ସୁନ୍ଦରଗଡରୁ ଭୁବନେଶ୍ୱର ଆସୁଥିବା ବେଳେ, ଅନୁଗୁଳ ମହିଧରପୁର ନିକଟରେ ତାଙ୍କର କାର୍ ଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା । ଯୋଗେଶ ସିଂ ଏକ ବ୍ୟକ୍ତିଗତ କାମରେ ସୁନ୍ଦରଗଡରୁ ଭୁବନେଶ୍ୱର ଆସୁଥିଲେ ।

ସାମ୍ନାରୁ ଏକ ଟ୍ରକ୍ ତାଙ୍କ କାର ଆଡକୁ ମାଡି ଆସିବାରୁ, ତାଙ୍କ ଗାଡି ଡ୍ରାଇଭର ଦୁର୍ଘଟଣାକୁ ଏଡାଇବାକୁ ଉଦ୍ୟମ କରୁଥିବା ବେଳେ ତାଙ୍କର କାର୍ ଟି ଏକ ଗଛରେ ପିଟି ହୋଇଯାଇଥିଲା । ଏହା ପରେ ପରେ କାରଟି ଜଳି ଯାଇଥିଲା । ଦୁର୍ଘଟଣାରେ ଯୋଗେଶ ସିଂଙ୍କ ସହିତ ତାଙ୍କର ଡ୍ରାଇଭର ଓ ଅନ୍ୟ ୨ ଜଣ ଆହତ ହୋଇଛନ୍ତି । ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସ୍ଥାନୀୟ ଲୋକେ ଉଦ୍ଧାର ପରେ ଅନୁଗୁଳ ଡାକ୍ତରଖାନାରେ ଭର୍ତି କରାଇଥିଲୋ ପ୍ରାଥମିକ ଚିକିତ୍ସା ପରେ କଟକ ବଡ ମେଡିକାଲକୁ ସେମାନଙ୍କୁ ସ୍ଥାନାନ୍ତର କରାଯାଇଛି ।