ନିଶ୍ୱାସ ଦେଇ ନୂଆ ଜୀବନ ଦେଲେ । ଯାତ୍ରୀଙ୍କୁ ବଞ୍ଚାଇବା ପାଇଁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଲଢ଼ିଲେ ପାଇଲଟ୍ । ନିସ୍ତବ୍ଧ ରାତିର ଛାତି ଚିରି ନୀଳ ଆକାଶରେ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ ଦୀପକ ବସନ୍ତ ସାଠେ । ଦୁର୍ଘଟଣାକୁ ଟାଳି ପାରିଲେନି ସିନା, ନିଜର ଜୀବନ ଦେଇ ୧୭୦ ଯାତ୍ରୀଙ୍କ ଜୀବନ ବଞ୍ଚାଇଦେଲେ ପାଇଲଟ୍ ।

566

କନକ ବ୍ୟୁରୋ : କେରଳରେ କାଳରାତ୍ରୀର କଳାକାହାଣୀ । ମୃତ୍ୟୁର ରନୱେରେ ଗଡ଼ିଲା ମଣିଷ ମୁଣ୍ଡ । ନିଜ ନିଶ୍ୱାସ ଦେଇ ଯାତ୍ରୀଙ୍କୁ ନୂଆ ଜୀବନ ଦେଲେ ପାଇଲଟ୍ ଦୀପକ୍ ବସନ୍ତ ସାଠେ । ନିସ୍ତବ୍ଧ ରାତିର ଛାତିକୁ ଚିରି ଆକାଶରେ ଚକ୍କର କାଟୁଥିଲା ଦୁବାଇରୁ କାଲିକୋଟ୍ ଆସୁଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ । ନିଜ ଜୀବନକୁ ଛାର ମଣି କର୍ତ୍ତବ୍ୟକୁ ମୂଳ କରି ଯାତ୍ରୀଙ୍କୁ ସୁରକ୍ଷିତ ଲ୍ୟାଣ୍ଡିଂ କରାଇବା ପାଇଁ ପ୍ରାଣମୂଚ୍ଛା ଉଦ୍ୟମ କରୁଥିଲେ ପାଇଲଟ୍ । ଭବିଷ୍ୟତ କଥା ଚିନ୍ତା କରି ସ୍ତ୍ରୀର କାନ୍ଦୁରା ମୁହଁଟା ଜଳଜଳ ହୋଇ ଦେଖାଯାଉଥିବା ବେଳେ ନିଜ ପ୍ରତି ନିଘା ନଥିଲା । କେବଳ ଗୋଟିଏ ଚିନ୍ତା ଥିଲା ସଙ୍କଟ ଭିତରେ ଘରକୁ ପହଞ୍ଚିବାର ଖୁସିରେ ମସଗୁଲ ଥିଲେ ଯାତ୍ରୀ ଲୋକଙ୍କୁ ସୁରକ୍ଷିତ ଭାବରେ ମାଟି ଛୁଆଇଁବି । ହେଲେ କିଏ ଜାଣିଥିଲା ରନୱେରେ ଟହ ଟହ ହୋଇ ହସୁଥିଲା ମୃତ୍ୟୁ । ବିମାନ ଅବତରଣ କରିବା ପୂର୍ବରୁ ଜୀବନ ନେଇଗଲା ।

ମହାରାତ୍ରିର କାଳିମା ଭିତରେ ଲୁଚି ବସିଥିଲା ନିଷ୍ଠୁର ଯମ । ଲ୍ୟାଣ୍ଡ କରିବା ପୂର୍ବରୁ ଦୁଇଖଣ୍ଡ ହୋଇଗଲା ବିମାନ । ବନ୍ଦେ ଭାରତ ମିଶନରେ ଦେଶକୁ ଫେରୁଥିବା ଲୋକଙ୍କ ଯାତ୍ରା ହେଲା କାଳ ଯାତ୍ରା । ଯାତ୍ରୀଙ୍କୁ ବଞ୍ଚାଇବା ପାଇଁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଲଢ଼ିଲେ ପାଇଲଟ୍ । ଦୁର୍ଘଟଣାରେ ଟାଳି ପାରିନଥିଲେ ମଧ୍ୟ, ନିଜର ଜୀବନ ଦେଇ ବିମାନର ଅନେକ ଯାତ୍ରୀଙ୍କ ଜୀବନ ବଞ୍ଚାଇବାରେ ସଫଳ ହୋଇପାରିଲେ । ଲ୍ୟାଣ୍ଡିଂ ସମୟରେ ନୀଳ ଆକାଶରେ ଚକ୍କର ଲଗାଇଥିଲେ ପାଇଲଟ୍ । ଯାତ୍ରୀଙ୍କ ବଞ୍ଚାଇବାକୁ ବହୁତ ଚେଷ୍ଟା କରିଥିଲେ । କିନ୍ତୁ ପ୍ରବଳ ବର୍ଷା ମଧ୍ୟରେ ଲ୍ୟାଣ୍ଡିଂ ରେ ଅସୁବିଧା ହେବାରୁ ଘଟିଲା ମର୍ମନ୍ତୁଦ ବିମାନ ଦୁର୍ଘଟଣା । ପାଇଲଟଙ୍କ ନିସ୍ୱାର୍ଥପର ତ୍ୟାଗ ପାଇଁ ସୋର୍ଡ଼ ଅଫ୍ ଅନର ଦିଆଯିବ ।

ନୀଳ ଆକାଶର ପ୍ରସ୍ତର ବୁକୁରେ ଅନେକ ଆଶା ନେଇ ସ୍ୱଦେଶ ଫେରୁଥିଲେ ଯାତ୍ରୀ । କେତେ ଆଶା, କେତେ ଖୁସି, ଆଉ କେତେ ଉପହାର ନେଇ ସଙ୍କଟ ଭିତରେ ଘରକୁ ଫେରୁଥିଲେ ।  କର୍ତ୍ତବ୍ୟ ଆଗ ଜୀବନ ପଛ । କୋଝିକୋଡ଼ ବିମାନ ଦୁର୍ଘଟଣାରେ ଏୟାର ଇଣ୍ଡିଆ ଏକ୍ସପ୍ରେସର ପାଇଲଟ୍ କ୍ୟାପଟେନ୍ ଦୀପକ୍ ବସନ୍ତ ସାଠେ ଯାତ୍ରୀଙ୍କୁ ଜୀବନ ବଞ୍ଚାଇବାକୁ ଯାଇ ନିଜ ନିଶ୍ୱାସ ରୋକିଦେଲେ । ନିଜ ଜୀବନକୁ ତୁଚ୍ଛ କରି ୧୭୦ ଜଣଙ୍କୁ ଜୀବନ ବଞ୍ଚାଇଦେଲେ । କ୍ୟାପଟେନ୍ ବସନ୍ଦ ରାଠେ ୱିଙ୍ଗ୍ କମାଣ୍ଡର ରୂପେ ୨୨ ବର୍ଷ ଇଣ୍ଡିଆନ୍ ଏୟାରଫୋର୍ସରେ ସେବା ଦେଇସାରିଛନ୍ତି । ଦେହରେ ବହୁଛି ଦେଶପ୍ରେମର ରକ୍ତ । କ୍ୟାପଟେନ୍ ସାଠେର ଭାଇ ପାକିସ୍ତାନ ଯୁଦ୍ଧ ସମୟରେ କାରଗିଲରେ ସହିଦ ହୋଇଯାଇଥଇଲେ । ବାପା ଥିଲେ ଜଣେ ବ୍ରିଗେଡ଼ିୟର ଥିଲେ ।