କନକ ବ୍ୟୁରୋ:ପୁଣି ବଢ଼ିଲା ସୁନା ଆଉ ରୁପା ଦାମ । ଗୁରୁବାର ସୁନା ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି । ତା ସହିତ ରୂପା ମୂଲ୍ୟ ମଧ୍ୟ କିଲୋଗ୍ରାମ ପିଛା ୨.୧୧ ଲକ୍ଷରେ ପହଞ୍ଚିଛି । ତେବେ ଆମେରିକାର ମୁଦ୍ରାସ୍ଫୀତି ଏବଂ ଭେନେଜୁଏଲାର ରାଜନୈତିକ ଉତ୍ତେଜନା ଭିତରେ ସୁନା ଏବଂ ରୂପା ମୂଲ୍ୟରେ ଆଗାମୀ ଦିନରେ କିଛିଟା ପରିବର୍ତ୍ତନ ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।
ଆହୁରି ପଢ଼ନ୍ତୁ : କାହା ଉପରେ ପାଦ ରଖିଥିଲେ ପ୍ରଭୁ ନଟରାଜ ? କ’ଣ କୁହେ ପୁରାଣ ?
ଆଜି ୧୮ କ୍ୟାରେଟ୍ ସୁନାର ମୂଲ୍ୟ ଗ୍ରାମ ପ୍ରତି ୧୦ ହଜାର ୧୧୩ ରହିଛି । ସେହିପରି ୨୨ କ୍ୟାରେଟ୍ ସୁନା ପ୍ରତି ଗ୍ରାମ ପିଛା ୧୨ହଜାର ୩୬୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନା ପ୍ରତି ଗ୍ରାମ ପିଛା ୧୩ ହଜାର ୪୮୪ ଟଙ୍କା ରହିଛି । ଗତକାଲି ତୁଳନାରେ ୧୮ କ୍ୟାରେଟ୍ ସୁନାର ମୂଲ୍ୟ ୨୫୦ଟଙ୍କା ବୃଦ୍ଧି ପାଇଛି । ସେହିପରି ୨୪ କ୍ୟାରେଟ୍ ସୁନାର ମୂଲ୍ୟ ଗତକାଲି ଅପେକ୍ଷା ୩୩୦ ଟଙ୍କା ବୃଦ୍ଧି ପାଇଛି । ଏହାସହ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୩,୩୦୦ଟଙ୍କା ବୃଦ୍ଧି ପାଇଛି ।
ଆଜି ଭାରତରେ ରୂପା ମୂଲ୍ୟ ଗ୍ରାମ ପିଛା ୨୧୧ ଟଙ୍କା ଏବଂ କିଲୋଗ୍ରାମ ପିଛା ୨ ଲକ୍ଷ ୧୧ ହଜାର ଟଙ୍କାରେ ପହଞ୍ଚିଛି, ଯାହାକି ଗତକାଲି ୨୦୮ ଟଙ୍କା ଏବଂ କିଲୋଗ୍ରାମ ପିଛା ୨ ଲକ୍ଷ ୮ ହଜାର ଟଙ୍କା ଥିଲା । ସେହିପରି ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ଗ୍ରାମ ପିଛା ୧୩ ହଜାର ୪୮୪ ଟଙ୍କା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/10/24/gold-rate-2025-10-24-21-06-29.jpg)