ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏହାର ଗ୍ରାହକଙ୍କ ପାଇଁ ଏଟିଏମ୍ ଏବଂ ଏଡିଡବ୍ଲୁଏମ୍(ଅଟୋମେଟେଡ ଡିପୋଜିଟ୍ କମ୍ ୱିଥ୍ଡ୍ରୟାଲ ମେସିନ) ବ୍ୟବହାର ଶୁଳ୍କ ବୃଦ୍ଧି କରିଛି । ଅନ୍ୟ ବ୍ୟାଙ୍କର ଏଟିଏମ୍ ବ୍ୟବହାର କରୁଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କର ଗ୍ରାହକମାନେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ଥର ଏଟିଏମ୍ ବ୍ୟବହାର କଲେ ଏହି ଶୁଳ୍କ ଗଣିବେ । ୨୦୨୫ ଡିସେମ୍ବର ୧ରୁ ବ୍ୟାଙ୍କ ଏହାକୁ କାର୍ଯ୍ୟକାରୀ କରିଛି । ପୂର୍ବରୁ ଏସ୍ବିଆଇର ଗ୍ରାହକମାନେ ଅନ୍ୟ ବ୍ୟାଙ୍କର ଏଟିଏମ୍ ନିର୍ଦ୍ଧାରିତ ସୀମାଠାରୁ ଅଧିକ ଥର ବ୍ୟବହାର କରୁଥିଲେ ଥରକେ ୨୧ ଟଙ୍କା ସହିତ ଜିଏସ୍ଟି ଦେଉଥିଲେ । ସଂପ୍ରତି ୨୩ ଟଙ୍କା ସହିତ ଜିଏସ୍ଟି ଦେବାକୁ ପଡ଼ିବ ।
ଶ୍ରେୟସ୍ଙ୍କ ପାଖରେ କୋହଲି, ଧାୱନଙ୍କୁ ଟପିବା ସୁଯୋଗ
ଅନ୍ୟ ଆର୍ଥିକ କାରବାର ଯଥା ବାଲାନ୍ସ ଯାଞ୍ଚ କିମ୍ବା ମିନି ଷ୍ଟେଟମେଣ୍ଟ୍ ଲାଗି ଶୁଳ୍କକୁ ୧୧ ଟଙ୍କା(ଜିଏସ୍ଟି ବାଦ୍)କୁ ବୃଦ୍ଧି କରାଯାଇଛି । ପୂର୍ବରୁ ଏ ବାବଦରେ ୧୦ ଟଙ୍କା ଏବଂ ଜିଏସ୍ଟି ରାଶି ଦେବାକୁ ପଡ଼ୁଥିଲା । ଇଣ୍ଟରଚେଞ୍ଜ ଶୁଳ୍କ (ଗୋଟିଏ ବ୍ୟାଙ୍କ ଅନ୍ୟ ବ୍ୟାଙ୍କକୁ ଏଟିଏମ୍ ବ୍ୟବହାର ବାବଦରେ ଦେଉଥିବା ଶୁଳ୍କ) ବୃଦ୍ଧି କାରଣରୁ ଷ୍ଟେଟ ବ୍ୟାଙ୍କ ଏହି ନିଷ୍ପତ୍ତି ନେଇଛି । ଏହା ମୁଖ୍ୟତଃ ସଞ୍ଚୟ ଓ ବେତନ ଆକାଉଣ୍ଟଧାରୀଙ୍କ ପାଇଁ ଲାଗୁ ହୋଇଛି । ଅନେକ ପ୍ରକାର ଆକାଉଣ୍ଟ ଓ କାରବାରକୁ ଶୁଳ୍କବୃଦ୍ଧିରୁ ବାଦ୍ ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/13/sbi-2026-01-13-20-35-27.jpg)