ଗ୍ରୀନ ଜୋନରେ ଗଡିବ ସରକାରୀ ବସ୍ । ଘରୋଇ ବସ ମାଲିକ ସଂଘ ରାଜି ନହେବାରୁ ଚଳାଚଳ କରିବ ଓଏସଆରଟିସି ବସ । ଯାତ୍ରୀଙ୍କୁ ଦେବାକୁ ପଡିବ ଦୁଇଗୁଣା ବସ୍ ଭଡା ।

671

କନକ ବ୍ୟୁରୋ : ଗ୍ରୀନ ଜୋନରେ ଗଡିବ ସରକାରୀ ବସ୍ । ଗ୍ରୀନ୍ ଜୋନରେ ବସ୍ ଚଳାଚଳ ପାଇଁ ଘରୋଇ ବସ ମାଲିକ ରାଜି ନହେବାରୁ ଓଏସଆରସି ବସ ଚଳାଚଳ କରିବ । ଗ୍ରୀନ ଜୋନରେ ବସ୍ ଚଳାଚଳ ପାଇଁ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ତେବେ ଏଥିପାଇଁ ଯାତ୍ରୀଙ୍କୁ ଦୁଇ ଗୁଣ ବସ ଭଡା ଦେବାକୁ ପଡିବ । ସରକାରୀ ବସ ଚାଲିବା ସହ ଯାତ୍ରୀଙ୍କ ସେବା ଯୋଗାଇଦିଆଯିବ । କ୍ଷତି ସହିବା ଦର୍ଶାଇ ଘରୋଇ ବସ ମାଲିକ ଗ୍ରୀନ ଜୋନରେ ଗାଡ଼ି ଚଳାଇବା ପାଇଁ ମନାକରିବା ପରେ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ।

ସେପଟେ ତାଲାବନ୍ଦ ପାଇଁ ଦୀର୍ଘ ଦିନ ଧରି ଗାଡ଼ି ଚଳାଚଳ ବନ୍ଦ ଥିବା ବେଳେ ଆଜି କଟକ ଭୁବନେଶ୍ୱର ମଧ୍ୟରେ ବସ୍ ଗଡ଼ିଛି । କଟକରୁ ସରକାରୀ କର୍ମଚାରୀଙ୍କୁ ନେଇ ବସ୍ ଭୁବନେଶ୍ୱର ପହଂଚିଛି । ସରକାରୀ କର୍ମଚାରୀଙ୍କ ସୁବିଧା ପାଇଁ ବସ ଚଳାଇଛନ୍ତି ରାଜ୍ୟ ସରକାର । ପୂର୍ବରୁ ଅଫିସ ସମୟରେ ଗୋଟିଏ ବସ ଭୁବନେଶ୍ୱର ଓ କଟକ ମଧ୍ୟରେ ଚଳାଚଳ କରିବ ବୋଲି ସୂଚନା ଦେଇଥିଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଆଜି କଟକରୁ ଭୁବନେଶ୍ୱରକୁ ୩୦ ଟଙ୍କା ଭଡା ଦେଇ ସରକାରୀ କର୍ମଚାରୀ ଆସିଛନ୍ତି । ସେପଟେ ଗ୍ରୀନ ଜୋନରେ ବସ ଗଡିବା ପ୍ରସଙ୍ଗରେ ସରକାର ଦିନେ କି ଦୁଇ ଦିନ ଭିତରେ ନିଆଯିବ । ତେବେ ଗ୍ରୀନ ଜୋନରେ ବସ ଭଡା ଦୁଇ ଗୁଣା କରିବାକୁ ବ୍ୟବସ୍ଥା ହୋଇଥିବା ସୂଚନା ମିଳିଛି ।