ଗ୍ରୀନ ଜୋନରେ ଗଡିପାରେ ବସ୍ ! ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । ପରିବହନ ମନ୍ତ୍ରୀଙ୍କ ସୂଚନା ।

477

କନକ ବ୍ୟୁରୋ : ଗ୍ରୀନ୍ ଜୋନରେ ବସ୍ ଗଡ଼ିପାରେ । ସେଥିପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରୁଛନ୍ତି । ଉଭୟ ଘରୋଇ ଓ ଅନ୍ୟାନ୍ୟ ବସ୍କୁ କଣ ସୁବିଧା ଦେଇ ହେବ ସେଥିପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଚୁଡାନ୍ତ ନିଷ୍ପତ୍ତିି ନିଆଯିବ । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁସାରେ ବସ୍ ଚାଲିପାରିବ ନାହିଁ ବୋଲି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଗତକାଲି ଘୋଷଣା କରିଥିଲା ।

ତୃତୀୟ ପର୍ଯ୍ୟାୟ ଲକଡାଉନ ବେଳେ ଗ୍ରୀନ ଜୋନରେ ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ୍ ଚଳାଇବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି । ତେବେ କେନ୍ଦ୍ର ସରକାରଙ୍କ ଏପରି ନିଷ୍ପତିକୁ ରାଜ୍ୟ ବସ୍ ମାଲିକ ସଂଘ ଗ୍ରହଣ କରିବାକୁ ମନା କରିଛି । ୫୦ ପ୍ରତିଶତ ଯାତ୍ରୀରେ ଅନେକ କ୍ଷତି ସହିବାକୁ ପଡ଼ି ବୋଲି ସେମାନେ କହିଛନ୍ତି । ବସ୍ ମାଲିକଙ୍କ ସୁବିଧା ଦୃଷ୍ଟିରୁ ମଧ୍ୟ ରାଜ୍ୟ ସରକାର କିଛି ନିଷ୍ପତ୍ତି ନେଇପାରନ୍ତି ବୋଲି ସଙ୍କେତ ଦେଇଛନ୍ତି ପରିବହନ ମନ୍ତ୍ରୀ ।