ଆଜିଠାରୁ ରାଜ୍ୟରେ ଗଡିବନି ବସ୍ : ଦିନ ୧୧ଟାରୁ ସମସ୍ତ ବସ୍ ସେବା ବନ୍ଦ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

Advertisment
ଆଜିଠାରୁ ରାଜ୍ୟରେ ଗଡିବନି ବସ୍ : ଦିନ ୧୧ଟାରୁ ସମସ୍ତ ବସ୍ ସେବା ବନ୍ଦ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

କନକ ବ୍ୟୁରୋ : କରୋନା ମୁକାବିଲା ପାଇଁ ପ୍ରଥମ ପର୍ଯ୍ୟାୟରେ ଆନ୍ତଃରାଜ୍ୟ ବସ୍ ସେବା ବନ୍ଦ କରାଯାଇଥିଲା। ଅଧିକ ସତର୍କତା ପାଇଁ ଆଜିଠାରୁ ରାଜ୍ୟରେ ବସ୍‌ ସେବା ସମ୍ପୂର୍ଣ୍ଣ ବନ୍ଦ କରିଦିଆଯିବ । ଉଭୟ ସରକାରୀ ଓ ଘରୋଇ ବସ୍‌ ୨୪ ତାରିଖ ପୂର୍ବାହ୍ନ ୧୧ଟାରୁ ଆଉ ଗଡ଼ିବନି। ଏ ନେଇ ବିଧିବଦ୍ଧ ଭାବେ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ବସ୍‌ ମାଲିକ ସଂଘ ମଧ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ଗ୍ରହଣ କରିଛି। ଏହା ସହ ଆଜି ରାତି ୧୨ଟାରୁ ସିଟି ବସ ସେବା ମଧ୍ୟ ବନ୍ଦ କରିଦିଆଯାଇଛି ବୋଲି ମୁଖପାତ୍ର ସୁବ୍ରତ ବାଗ୍‌ଚୀ ସୂଚନା ଦେଇଛନ୍ତି ।

ସେହିଭଳି କେନ୍ଦ୍ର ସରକାର ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ କରିବା ପରେ ୨୫ ତାରିଖରୁ ସମସ୍ତ ଘରୋଇ ବିମାନ ଉଡ଼ାଣ ବନ୍ଦ ମଧ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୨୪/୨୫ ତାରିଖ ରାତି ୧୨ଟା ପରେ କୌଣସି ବିମାନ ଉଡ଼ାଣ କରିବନି। ସେହିପରି ରାତି ୧୧ଟା ୫୯ସୁଦ୍ଧା ସମସ୍ତ ବିମାନ ଅବତରଣ କରାଇବାକୁ ବିମାନ କମ୍ପାନିଗୁଡ଼ିକ ସୁନିଶ୍ଚିତ କରାଇବେ। ଏଥିପାଇଁ ଉଡ଼ାଣ ସୂଚୀରେ ପରିବର୍ତ୍ତନ କରିବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଅପରପକ୍ଷେ କେବଳ କାର୍ଗୋ (ମାଲ୍‌) ପରିବହନ କରୁଥିବା ବିମାନଗୁଡ଼ିକ ପାଇଁ ଏହି ନିୟମ ଲାଗୁ ହେବନି। ଭୁବନେଶ୍ବର ବିମାନବନ୍ଦରରୁ ସ୍ବତନ୍ତ୍ର କାର୍ଗୋ ବିମାନ ଯାତାୟାତ କରୁ ନଥିବାରୁ ଏଠାରେ ମଙ୍ଗଳବାର ମଧ୍ୟ ରାତିରୁ ବିମାନ ଉଡ଼ାଣ ବନ୍ଦ ରହିବ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଆଗାମୀ ନିର୍ଦ୍ଦେଶନାମା ପ୍ରକାଶ ପାଇବା ପର୍ଯ୍ୟନ୍ତ ଏହି କଟକଣା ଲାଗୁ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe