ହାଇଦ୍ରାବାଦରୁ ପ୍ରବାସୀ ଓଡିଆଙ୍କୁ ନେଇ ଆସୁଥିବା ବସ ଦୁର୍ଘଟଣାଗ୍ରସ୍ତ : ଖୋର୍ଦ୍ଧା କୁହୁଡି ନିକଟରେ ଫଳ ବୋଝେଇ ଟ୍ରକ ସହ ଧକ୍କା,ଜଣେ ମୃତ, ୧୦ ଆହତ

ହାଇଦ୍ରାବାଦରୁ ପ୍ରବାସୀ ଓଡିଆଙ୍କୁ ନେଇ ଆସୁଥିବା ବସ ଦୁର୍ଘଟଣାଗ୍ରସ୍ତ : ଖୋର୍ଦ୍ଧା କୁହୁଡି ନିକଟରେ ଫଳ ବୋଝେଇ ଟ୍ରକ ସହ ଧକ୍କା,ଜଣେ ମୃତ, ୧୦ ଆହତ

କନକ ବ୍ୟୁରୋ : ପୁଣି ପ୍ରବାସୀ ଶ୍ରମିକଙ୍କୁ ନେଇ ହାଇଦ୍ରାବାଦରୁ ଓଡିଶା ଆସୁଥିବା ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଖୋର୍ଦ୍ଧା ଜିଲ୍ଲା କୁହୁଡି ନିକଟରେ ପ୍ରବାସୀ ଓଡିଆଙ୍କ ବସ ଏକ ଫଳ ବୋଝେଇ ଟ୍ରକ ସହ ଧକ୍କା ହୋଇ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ୧୦ଜଣ ସାମାନ୍ୟ ଆହତ ହୋଇଛନ୍ତି । ମୃତକ ଜଣକ ବସର ଦ୍ୱିତୀୟ ଡ୍ରାଇଭର ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଂଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି ।

ଗତକାଲି ବିଳମ୍ବିତ ରାତିରେ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ବସ୍‌ ଜାତୀୟ ରାଜପଥ-୧୬ କୁହୁଡି ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ବସ୍‌ଟି ଏକ ଆମ୍ବ ବୋଝେଇ ଟ୍ରକ୍‌କୁ ଧକ୍କା ଦେଇ ରାସ୍ତାକଡକୁ ଢ଼ଳି ପଡିଥିଲା। ଫଳରେ ଘଟଣାସ୍ଥଳରେ ବସ୍‌ର ଡ୍ରାଇଭର ମୃତ୍ୟୁବରଣ କରିଥିବା ବେଳେ ୧୦ଜଣ ଆହତ ହୋଇଛନ୍ତି। ବସ୍‌ରେ ପ୍ରାୟ ୪୦ ଜଣ ପ୍ରବାସୀ ଓଡ଼ିଆ ହାଇଦ୍ରାବାଦରୁ ବାଙ୍କୀ ଅଭିମୁଖେ ଆସୁଥିଲେ। ଏଥିରେ ବସ୍‌ର ସମ୍ମୁଖ ଭାଗଟି କ୍ଷତିଗ୍ରସ୍ତ ହୋଇଛି। ହାଇଦ୍ରାବାଦରେ କାମ କରୁଥିବା ୪୦ ଜଣ ପ୍ରବାସୀ ଓଡିଆ ତାଲାବନ୍ଦ ପରେ ଚାନ୍ଦା କରି ଏକ ବସ ଭଡା କରି ଓଡିଶା ଆସୁଥିଲେ ।

ଖବର ପାଇଁ ଟାଙ୍ଗୀ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିବା ସହ ଆହତମାନଙ୍କୁ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଛନ୍ତି। ଏଥିସହିତ ଯାତ୍ରୀମାନଙ୍କୁ ଅନ୍ୟ ଏକ ବସ୍‌ରେ ପଠାଇବା ପାଇଁ ପ୍ରଶାସନ ବନ୍ଦୋବସ୍ତ କରୁଥିବା ସୂଚନା ମିଳିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe