ବୁର୍ଲାରେ ୧୨ ଘଂଟିଆ ଅଖଚକ୍ ଜାମ ! ଡାକ୍ତର ବଦଳି ପ୍ରତିବାଦରେ ବିଜେପିର ବନ୍ଦ ପାଳନ

Advertisment
ବୁର୍ଲାରେ ୧୨ ଘଂଟିଆ ଅଖଚକ୍ ଜାମ ! ଡାକ୍ତର ବଦଳି ପ୍ରତିବାଦରେ ବିଜେପିର ବନ୍ଦ ପାଳନ

କନକ ବ୍ୟୁରୋ : ଆଜି ୧୨ ଘଂଟିଆ ବୁର୍ଲା ବନ୍ଦ୍ । ବିଜେପି ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି । ବୁର୍ଲା ମେଡିକାଲରୁ ଏକକାଳୀନ ୧୬ଜଣ ଡାକ୍ତରଙ୍କ ବଦଳିକୁ ବାତିଲ କରିବା ଦାବିରେ ଏହି ବନ୍ଦ୍ କରିଛି ବିଜେପି । ଏକକାଳିନ ଏତେ ସଂଖ୍ୟାରେ ଡାକ୍ତରଙ୍କୁ ବଦଳି କରିବା ଦ୍ୱାର ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହେବ ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି । ଚିକିତ୍ସା ସୁବିଧା ପାଇଁ ପଶ୍ଚିମ ଓଡିଶାର ଜନସାଧାରଣ ମୁଖ୍ୟତଃ ଏହି ମେଡିକାଲ ଉପରେ ନିର୍ଭର କରିଥାନ୍ତି । ତେଣୁ ତୁରନ୍ତ ଡାକ୍ତରଙ୍କ ବଦଳିକୁ ବାତିଲ କରାଯାଉ ନଚେତ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ବିଜେପି ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe