କୋଲକାତାରୁ ଆସିଲା ଅଭାବନୀୟ ଚିତ୍ର : ଘରୋଇ ସଂସ୍ଥାରେ ଚଢାଉ ବେଳେ ଫିଙ୍ଗାଗଲା ବିଡା ବିଡା ଟଙ୍କା, ଗୋଟାଇବାକୁ ଲୋକଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା

3,821

କନକ ବ୍ୟୁରୋ : ବିରାଟ ଅଟ୍ଟାଳିକା ଉପରୁ ପଡୁଥିଲା ଟଙ୍କା । ବିଡା ବିଡା ଟଙ୍କା । ୫୦୦ ଟଙ୍କିଆ, ୧୦୦ ଟଙ୍କିଆ ବିଡା ଠାରୁ ଆରମ୍ଭ କରି ୨ ହଜାର ଟଙ୍କିଆ ନୋଟ୍ ବିଡା ପଡୁଛି କୋଠା ଉପରୁ । ବିରାଟ ଅଟ୍ଟାଳିକାର ଷଷ୍ଠ ମହଲାରୁ ତଳକୁ ପଡୁଥିଲା ଟଙ୍କା ବିଡା । ଆଉ ତଳେ ଥିବା ଲୋକେ ଏହାକୁ ଗୋଟାଇ ନେଉଥିଲେ ଲୋକେ । ଏପରି ଏକ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି କୋଲକାତାରେ ।

କଲିକତାରେ ଏକ ଘରୋଇ ସଂସ୍ଥାର କାର୍ଯ୍ୟାଳୟ ଉପରେ ଡିଆରଆଇ ଅଧିକାରୀ ଚଢାଉ କରିଥିଲେ । ଚଢାଉର ସୂଚନା ପାଇବା ମାତ୍ରେ କୋଠାର ଷଷ୍ଠ ମହଲାର ଗାଧୁଆ ଘରର ଝରକା ଦେଇ ବିଡା ବିଡା ଟଙ୍କା ତଳକୁ ଫିଙ୍ଗା ଚାଲିଥିଲା । ଏହି କାର୍ଯ୍ୟାଳୟରେ ରପ୍ତାନୀ ଓ ଆମଦାନୀ କାମ ହୋଇଥାଏ । ତେବେ ଏଥିରେ କିଛି ବଡ ଧରଣର ଠକେଇ ହେଉଥିବା ନେଇ ସୁରାକ୍ ମିଳିଥିଲା । ଯାହାକୁ ଆଧାର କରି ଚଢାଉ କରାଯାଇଥିଲା । ତେବେ ଚଢଉ ଭୟରେ ବିଡା ବିଡା ଟଙ୍କା କୋଠାରୁ ତଳକୁ ଫିଙ୍ଗାଯିବା ଘଟଣା ଚର୍ଚ୍ଚା ସୃଷ୍ଟି କରିଛି ।