କନକ ବ୍ୟୁରୋ : ଭାରତ-ଜାପାନ ମଧ୍ୟରେ ସମ୍ପର୍କର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ଦୁଇଦେଶ ମଧ୍ୟରେ ନୂଆ ବନ୍ଧୁତା ଦେଖିଛି ବିଶ୍ୱ । ଆଉ ଏହାର ଫଳସ୍ୱରୂପ ଜାପାନ ସହାୟତାରେ ଦେଶର ଆରମ୍ଭ ହେବାକୁ ଯାଉଛି ବୁଲେଟ୍ ଟ୍ରେନ୍ । ଜାପାନ ଭଳି ଏବେ ଆମ ଦେଶରେ ବି ଚାଲିବ ବୁଲେଟ ଟ୍ରେନ । ଆଜି ଏହାର ଶିଳାନ୍ୟାସ କରିବେ ଭାରତ ଓ ଜାପାନର ପ୍ରଧାନମନ୍ତ୍ରୀ । ଆଉ ୨୦୨୨ ସୁଦ୍ଧା ମୁମ୍ବାଇ-ଅହମ୍ମଦାବାଦ ମଧ୍ୟରେ ଗଡିବ ବୁଲେଟ ଟ୍ରେନ । ଅର୍ଥାତ ୫ ବର୍ଷ ପରେ ଏହି ରୁଟରେ ଯାତ୍ରା ୮ ଘଂଟା ବଦଳରେ ହୋଇଯିବ ୩ ଘଂଟା । ଜ୍ଞାନ କୌଶଳ ସହ ପ୍ରକଳ୍ପ ପାଇଁ ଆର୍ôଥକ ସହାୟତା ଯୋଗାଇ ଦେବ ଜାପାନ । ଭାରତରେ ଜାପାନର ପ୍ରଧାନମନ୍ତ୍ରୀ ସିଂଜୋ ଆବେ ପହଁଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ସିଂଜୋ ଆବେଙ୍କ ଏହି ଗସ୍ତ ଭାରତ ଓ ଜାପାନ ମଧ୍ୟରେ ବନ୍ଧୁତାର ଏକ ଅଧ୍ୟାୟ ସୃଷ୍ଟି ହେବ ।
ବୁଲେଟ୍ ଟ୍ରେନ୍ ଶିଳାନ୍ୟାସ -
- ଅହମ୍ମଦବାଦ-ମୁମ୍ବାଇ ଭିତରେ ଚାଲିବ ଦେଶର ପ୍ରଥମ ବୁଲେଟ ଟ୍ରେନ୍
- ୨୦୨୨ ସୁଦ୍ଧା ସରିବ ପ୍ରକଳ୍ପ କାମ, ସ୍ୱାଧୀନତାକୁ ୭୫ ବର୍ଷ ପୂରିବ
- ଜାପାନ ୮୮ ହଜାର କୋଟି ଋଣ ଦେବ, ମୋଟ ପ୍ରକଳ୍ପକ୍ସ ୮୧%
- ପ୍ରକଳ୍ପରେ ମୋଟ ଖର୍ଚ୍ଚ ହେବ ୧ ଲକ୍ଷ ୧୦ ହଜାର କୋଟି
- ପ୍ରାରମ୍ଭିକ ପର୍ଯ୍ୟାୟରେ ଜାପାନ ୬ ହଜାର କୋଟି ଦେବ
- ୦.୧ ପ୍ରତିଶତ ସୁଧରେ ଜାପାନ ଏହି ଋଣ ଦେଉଛି
- ୧୫ ବର୍ଷ ପରେ ଭାରତ ଋଣ ଶୁଝିବା ଆରମ୍ଭ କରିବ
- ପୂରା ଋଣ ଉପରେ ମାସିକ ସୁଧ ହେବ ୭ ରୁ ୮ କୋଟି
ନିର୍ମାଣ ପାଇଁ ଆବଶ୍ୟକତା
- ୧୨୦ ଲକ୍ଷ କ୍ୟୁବିକ ମିଟର କଂକ୍ରିଟ
- ୫୫ ଲକ୍ଷ ମେଟ୍ରିକ ଟନ ସିମେଂଟ
- ୧୫ ଲକ୍ଷ ମେଟ୍ରିକ ଟନ ଷ୍ଟିଲ୍
ନିର୍ମାଣ ପରେ
- ୧୬ ହଜାର ପରୋକ୍ଷ ନିଯୁକ୍ତି
- ଟ୍ରେନ ଚାଲିବା ପରେ ୪ ହଜାର ପ୍ରତ୍ୟକ୍ଷ ନିଯୁକ୍ତି
- ୨୦ ହଜାର ନିର୍ମାଣ ଶ୍ରମିକ ଲାଭବାନ ହେବେ
ଆସନ୍ତା ୨୦୨୨ ଅଗଷ୍ଟ ୧୫ ତାରିଖରେ ଭାରତରେ ଶୁଭିବ ହାଇସ୍ପିଡ ରେଳ ବା ବୁଲେଟ୍ ଟ୍ରେନର ହ୍ୱିସିଲ । ସ୍ୱାଧୀନତାର ୭୫ ବର୍ଷରେ ଗଡ଼ିବ ବୁଲେଟ୍ ଟ୍ରେନ୍ । ମୋଦିଙ୍କ ଏହି ସ୍ୱପ୍ନର ପ୍ରକଳ୍ପକୁ ନେଇ ଦେଶବାସୀ ବେଶ ଉତ୍ସାହିତ ଅଛନ୍ତି । ତେବେ ୬୦ ବର୍ଷ ପୂର୍ବରୁ ଜାପାନରେ ଗଡିଥିଲା ଏହି ଦ୍ରୁତଗାମୀ ଟ୍ରେନ । ଚୀନ ଓ ସାଂଘାଇ ମଧ୍ୟରେ ୨୦୦୪ ମସିହାରେ ବୁଲେଟ୍ ଟ୍ରେନ ଚଳାଚଳ କରିଥିଲା । ଅନେକ ବିକଶିତ ରାଷ୍ଟ୍ରରେ ବୁଲେଟ୍ ଟ୍ରେନର ସେବା ପାଉଛନ୍ତି ସେମାନଙ୍କ ଦେଶବାସୀ । ଏବେ ସେହି ତାଲିକାରେ ଅନ୍ତର୍ଭୁକ୍ତ ହେବାକୁ ଯାଉଛି ଭାରତ ।
ବୁଲେଟ ଟ୍ରେନ ବିଷୟରେ କିଛି ତଥ୍ୟ
- ଥରକେ ୭୫୦ ଜଣ ଏଥିରେ ଯାତାୟତ କରିପାରିବେ
- ପ୍ରତିଦିନ ୩୬ ହଜାର ଯାତ୍ରୀ ଏଥିରେ ଯାଆସ କରିପାରିବେ
- ଅହମ୍ମଦାବାଦ- ମୁମ୍ବାଇ ଭିତରେ ଦୈନିକ ୭୦ ଥର ଚାଲିବ
- ଘଂଟାକୁ ବେଗ ୨୫୦ କିମି, ସର୍ବାଧିକ ସ୍ପିଡ ରହିବ ୩୨୦ କିମି
- ଭାରତର ସବୁଠାରୁ ଦ୍ରୁତଗାମୀ ଟ୍ରେନ ତୁଳନାରେ ବେଗ ଦୁଇଗୁଣା ରହିବ
- ଟ୍ରେନର ଦୂରତା ୫୦୮ କିମି, ୯୨% ଟ୍ରାକ୍ ଜମିରୁ ଉପରେ ରହିବ
- ୨୧ କିମି ଟନେଲ ରହିବ, ଏଥିରୁ ୭ କିମି ସମୁଦ୍ର ଭିତରେ
- ମୁମ୍ବାଇ-ଅହମ୍ମଦାବାଦ ଭିତରେ ୧୨ଟି ଷ୍ଟେସନ ରହିବ
- ସମସ୍ତ ଷ୍ଟେସନରେ ରହିଲେ ତିନି ଘଂଟାରୁ ସାମାନ୍ୟ ଅଧିକ ଲାଗିବ
- ୪ଟି ଷ୍ଟେସନରେ ଟ୍ରେନ ରହିଲେ ମାତ୍ର ଦୁଇ ଘଂଟା ଲାଗିବ
- ଅଗଷ୍ଟ ୧୫, ୨୦୨୨ରେ ଟ୍ରେନ ଗଡିବା ନେଇ ରେଳମନ୍ତ୍ରୀଙ୍କ ସୂଚନା
ବୁଲେଟ ଟ୍ରେନ ବିଷୟରେ କିଛି ରୋଚକ ତଥ୍ୟ -
- ସିଙ୍କାନସେନ ହାଇସ୍ପିଡ ଟେକ୍ନୋଲୋଜିରେ ଟ୍ରେନ ଚାଲିବ
- ପ୍ରଥମେ ଟ୍ରେନର ଗତି ୨୧୦ କିମି ପ୍ରତି ଘଂଟା ଥିଲା, ଏବେ ୩୨୦ କିମି
- ୨୦୦୨ ଯାଏଁ ଏହା ଥିଲା ବିଶ୍ୱର ସବୁଠାରୁ ଦ୍ରୁତଗାମୀ ଟ୍ରେନ
- ୧୯୬୪ରୁ ସିଙ୍କାନସେନ ହାଇସ୍ପିଡ ଟ୍ରେନ ଦୁର୍ଘଟଣାର ଶିକାର ହୋଇନାହିଁ
- ଭୁମିକଂପ ହେଲେ ମଧ୍ୟ ସେଥିରୁ ରକ୍ଷା ପାଇବାକୁ ଏଥିରେ ବ୍ୟବସ୍ଥା
- ମୁମ୍ବାଇ-ଅହମ୍ମଦାବାଦକୁ ଛାଡି ଆଉ ୬ଟି ରୁଟରେ ବୁଲେଟ ଟ୍ରେନ ଯୋଜନା
- ଯାତ୍ରା ପିଛା ୩ ହଜାରରୁ ୫ ହଜାର ଟଙ୍କା ଦେୟ ପଡିପାରେ