କନକ ବ୍ୟୁରୋ : ଅତି ଭୀଷଣ ସାମୁଦ୍ରିକ ବାତ୍ୟା ବୁଲବୁଲ ଧୀରେ ଧୀରେ ଓଡ଼ିଶା ଉପକୂଳ ଅତିକ୍ରମ କରୁଛି । ଭାରତୀୟ ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ ଏହା ଓଡ଼ିଶାର ପାରାଦୀପଠାରୁ ୧୪୦ କିଲୋମିଟର ଉତ୍ତର-ଉତ୍ତରପୂର୍ବ ଦିଗରେ, ପଶ୍ଚିମ ବଙ୍ଗଠାରୁ ୮୫ କିଲୋମିଟର ଦକ୍ଷିଣ,ଦକ୍ଷିଣ-ପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ରହିଛି । ଏହା ଘଣ୍ଟାପ୍ରତି ୯ କିଲୋମିଟର ବେଗରେ ଉତ୍ତର-ପୂର୍ବ ଦିଗରେ ଗତି କରି ଆଜି ରାତି ୮ଟାରୁ ୧୧ଟା ମଧ୍ୟରେ ପଶ୍ଚିମବଙ୍ଗର ସାଗରଦ୍ୱୀପ ଓ ବାଂଲାଦେଶର ଖେପୁପଡା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ । ତେବେ ଏହି ଲ୍ୟାଣ୍ଡଫଲ ବେଳକୁ ଏହା ଟିକିଏ ଦୁର୍ବଳ ହୋଇପଡିଥିବ ବୋଲି ଆଇଏମଡି କହିଛି ।
ଏହାର ପ୍ରଭାବରେ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ସହିତ ଘଣ୍ଟାପ୍ରତି ୧୪୦ କିଲୋମିଟର ବେଗରେ ପବନ ବୋହିବ । ଏହା ସହିତ ସମୁଦ୍ରରେ ଉଚ୍ଚ ଜୁଆର ଉଠିବ । ଏହାକୁ ଦୃଷ୍ଟିରେ ରଖି କୋଲକତା ବିମାନ ବନ୍ଦରକୁ ଆଜି ସଂଧ୍ୟାପରେ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ଓଡ଼ିଶାରେ ସଂଧ୍ୟା ବେଳକୁ ବର୍ଷା କମିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/Cyclone-Vayu-2-Gir-Somnath.jpg)