ଅପକମିଙ୍ଗ୍ ମୁଭି ‘ବୁଦ୍ଧିଆ ସିଂ - ବର୍ଣ୍ଣ ଟୁ ରନ୍’ ଦର୍ଶକ ମାନଙ୍କୁ ଭେଟି ଦେଇଛି ଆଉ ଏକ ସୁନ୍ଦର ଗୀତ । ଯାହାର ମୁଖଡା ରହିଛି ‘ସୁନା ପୁଅ ତୁ ଦଉଡ ଦଉଡ’ । ଆଉ ଏହି ଗୀତଟିକୁ ନିଜ ସ୍ୱରର ଯାଦୁରେ ସଜାଇଛନ୍ତି ଓଡିଆ ସିଙ୍ଗର୍ ଋତୁରାଜ ମହାନ୍ତି । ତେବେ କିଛି ଦିନ ପୂର୍ବେ ରିଲିଜ ହୋଇଥିଲା ଏହି ମୁଭିର ଆନ୍ଥମ୍ । ଯାହାକୁ ଦର୍ଶକ ମାନେ ବହୁତ ପସନ୍ଦ କରିଥିଲେ । ଆସନ୍ତା ଅଗଷ୍ଟ ୫ ତାରିଖରେ ରୂପେଲି ପରଦାକୁ ଆସିବ ଫିଲ୍ମ ‘ବୁଦ୍ଧିଆ ସିଂ-ବର୍ଣ୍ଣ ଟୁ ରନ୍’ । ଫିଲ୍ମରେ ରହିଛି ଓଡିଶାର ବିସ୍ମୟ ବାଳକ ବୁଦ୍ଧିଆ ସିଂର ଜୀବନ କାହାଣୀ । ଏହା ସହ ଦର୍ଶାଯାଇଛି ବୁଦ୍ଧିଆର ଜୀବନ ସଂଘର୍ଷର କାହାଣୀ । ଫିଲ୍ମର ନିର୍ଦେଶନା ଦେଇଛନ୍ତି ଓଡିଆ ନିର୍ଦେଶକ ସୌମେନ୍ଦ୍ର ପାଢୀ । ଫିଲ୍ମରେ ଭର୍ସାଟାଇଲ୍ ଆକ୍ଟର ମନୋଜ ବାଜପେୟୀଙ୍କୁ ବୁଦ୍ଧିଆଙ୍କ ପ୍ରଶିକ୍ଷକ ବିଂରଚି ଦାସଙ୍କ ଭୂମିକାରେ ଦେଖିବାକୁ ମିଳିଛି । ଫିଲ୍ମରେ ବୁଦ୍ଧିଆ ଭୂମିକାରେ ଅଭିନୟ କରିଛନ୍ତି କୁନି କଳାକାର ‘ମୟୁର’ ।
‘ସୁନା ପୁଅ ତୁ ଦଉଡ୍ ଦଉଡ୍’. . ଋତୁରାଜଙ୍କ କଣ୍ଠରେ ବୁଦ୍ଧିଆ ସିଂଙ୍କ ଉପରେ ନିର୍ମିତ ଫିଲ୍ମର ଗୀତ
/kanak/media/post_attachments/wp-content/uploads/2016/07/BUDHIA.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)