ବଜେଟ୍ ପେଡ଼ି ଖୋଲିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ : ଫୋକସରେ ଗାଁ, ଗରିବ, କୃଷକ ଓ ରୋଜଗାର

275

କନକ ବ୍ୟୁରୋ : ସଂସଦରେ ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଦ୍ୱିତୀୟ ଥର ପାଇଁ ଏହି ବଜେଟ ଉପସ୍ଥାପନ କରିଛନ୍ତି ସୀତାରମଣ । ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ଏହା ହେଉଛି ପୂର୍ଣ୍ଣାଙ୍ଗ ବଜେଟ୍ । ଉପସ୍ଥାପିତ ହେବା ପୂର୍ବରୁ ବଜେଟ୍‌-୨୦୨୦-୨୧କୁ କେନ୍ଦ୍ର କ୍ୟାବିନେଟ୍‌ ଅନୁମୋଦନ କରିଥିଲେ । ଏହା ନିର୍ମଳା ସୀତାରମଣଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‌ । ବାଚସ୍ପତି ଓମ୍‌ ବିର୍ଲା ଲୋକସଭାରେ ଆସନ ଗ୍ରହଣ କରିବା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ଅଭିଭାଷଣ ଆରମ୍ଭ କରିଛନ୍ତି । ଅଭିଭାଷଣ ଆରମ୍ଭରେ ସେ ଦିବଂଗତ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଜିଏସ୍‌ଟି ପ୍ରଚଳନ କରାଇବାରେ ତାଙ୍କର ଅବଦାନକୁ ସ୍ମରଣ କରିଥିଲେ ଅର୍ଥମନ୍ତ୍ରୀ ।

– ଦେଶପାଇଁ ସବୁ କିଛି ସମର୍ପିତ କରିଛନ୍ତି ସରକାର । ଦେଶ ଓ ଦେଶବାସୀଙ୍କ ସେବା ଆମର ଲକ୍ଷ୍ୟ । ଜନତା ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତାରେ ନରେନ୍ଦ୍ର ମୋଦିଙ୍କୁ ଜିତାଇଛନ୍ତି । ଦେଶର ବିକାଶ ପାଇଁ ପୁଣି ଥରେ ମୋଦି ସରକାରଙ୍କୁ ବାଛିଛନ୍ତି ଲୋକେ ।

– ଜିଏସଟି ଆମ ଦେଶର ସବୁଠାରୁ ଐତିହାସିକ ନିଷ୍ପତ୍ତି । ଅର୍ଥନୀତିକୁ ସଠିକ ଦିଗରେ ଆଗକୁ ବଢାଇବାରେ ବେଶ ସହାୟକ ହୋଇଛି ।  ଦେଶରେ ୧୬ ଲକ୍ଷ ନୂଆ ଟିକସ ଦାତାଙ୍କ ସଂଖ୍ୟା ବଢିଛି ।

–  ଭାରତ ହେଉଛି ବିଶ୍ୱର ୫ମ ବୃହତ ଅର୍ଥନୈତିକ ରାଷ୍ଟ୍ର ।  ଆମ ଅର୍ଥବ୍ୟବସ୍ଥାର ମୂଳଦୁଆ ମଜଭୁତ ହୋଇଛି । ଯୁବର୍ଗକୁ ରୋଜଗାର ଯୋଗାଇବାକୁ ପ୍ରୟାସ ଜାର ରହିଛି । ଆମର ଆର୍ଥିକ ନୀତି ଉପରେ ଲୋକଙ୍କ ଭରସା ରହିଛି । ସବକା ଦାଥ୍ ସବକା ବିକାଶ, ଆମର ଲକ୍ଷ୍ୟ । ପ୍ରଧାନମନ୍ତ୍ରୀ ଆୱାସ ଯୋଜନା ମାଧ୍ୟମରେ ସମସ୍ତଙ୍କୁ ଘର ଯୋଗାଇବା ଆମର ଲକ୍ଷ୍ୟ ।

– ବଜେଟ୍‌ ୨୦୨୦ ଦେଶବାସୀଙ୍କର କର୍ମସଂସ୍ଥାନ ସମସ୍ୟା ସମାଧାନ କରିବ, ବାଣିଜ୍ୟକୁ ସମୃଦ୍ଧ କରିବ, ସମସ୍ତ ସଂଖ୍ୟାଲଘୁ, ମହିଳା ଏବଂ ଅନୁସୂଚିତ ଜାତି ଓ ଜନଜାତି ବ୍ୟକ୍ତିବିଶେଷଙ୍କର ଆକାଂକ୍ଷା ପୂରଣ କରିବ ।

– ଗ୍ରାମାଞ୍ଚଳରେ ଅଧିଳ ରୋଜଗାର ପାଇଁ ଲକ୍ଷ୍ୟ ରହିଛି । ଋଣବୋଝ କମାଇବାରେ ସଫଳତା ମିଳିଛି । ୨୦୧୪ ମାର୍ଚ୍ଚରେ ଦେଶରେ ଋଣଭାର ୫୨. ୨ ପ୍ରତିଶତ ଥିଲା । ଦେଶରେ ଋଣଭାର ୨୦୧୯ ସୁଦ୍ଧା ୪୮. ୭ ପ୍ରତିଶତକୁ ଖସିଛି ।

– ଗ୍ରାମାଞ୍ଚଳରେ ଅଧିଳ ରୋଜଗାର ପାଇଁ ଲକ୍ଷ୍ୟ ରହିଛି । ଋଣବୋଝ କମାଇବାରେ ସଫଳତା ମିଳିଛି । ୨୦୧୪ ମାର୍ଚ୍ଚରେ ଦେଶରେ ଋଣଭାର ୫୨. ୨ ପ୍ରତିଶତ ଥିଲା । ଦେଶରେ ଋଣଭାର ୨୦୧୯ ସୁଦ୍ଧା ୪୮. ୭ ପ୍ରତିଶତକୁ ଖସିଛି । ୨୭ କୋଟି ଲୋକ ଦାରିଦ୍ର୍ୟ ସୀମାରେଖା ତଳୁ ଉପରକୁ ଉଠିଛିନ୍ତି ।

– ପିଏମ୍ କିସାନ୍ ଯୋଜନାରେ ଚାଷୀଙ୍କୁ ମିଳୁଛି ଲାଭ । ପଶୁପାଳନ ଓ ମତ୍ସ୍ୟଚାଷକୁ ଗୁରୁତ୍ୱ ଦେବା ଜରୁରୀ । ବଜେଟରେ ଚାଷୀଙ୍କ ପାଇଁ ସରକାରଙ୍କ ୧୬ ସୂତ୍ରୀ ଯୋଜନା । ବଜେଟରେ ପ୍ରଥମେ ଗ୍ରାମୀଣ ଭାରତ ଭିତରେ ଚର୍ଚ୍ଚା ହେଉଛି । ଜଳାଭାବ ଦୂର ପାଇଁ ୧୦୦ଟି ଜିଲ୍ଲାରେ ସ୍ୱତନ୍ତ୍ର ବ୍ୟବସ୍ଥା ।

– ସରକାର ସ୍ୱାସ୍ଥ୍ୟ, ଶିକ୍ଷା ଆଉ ରୋଜଗାରକୁ ଗୁରୁତ୍ୱ ଦେଇ ଆସୁଛନ୍ତି । ସମସ୍ତଙ୍କୁ ସାମାଜିକ ସୁରକ୍ଷା ଦେବାର ଆବଶ୍ୟକତା ରହିଛି । ପେନସନ ଆଉ ବୀମା ଜରିଆରେ ସମସ୍ତଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରାଯିବ । ସରକାର ଚାହୁଁଛନ୍ତି, କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଭଲ ସଂପର୍କ ବଜାୟ ରହୁ ।

– ପାଣି ସମସ୍ୟା ଏକ ଚିନ୍ତାଜନକ ପ୍ରସଙ୍ଗ । ଦେଶର ୧୦୦ଟି ଜିଲ୍ଲା ଯେଉଁଠି ପାଣିର ଅଭାବ ଏକ ବିରାଟ ସମସ୍ୟା ରୂପେ ଉଭା ହୋଇଛି ତାକୁ ଚିହ୍ନଟ କରାଯାଇଛି । ଏସବୁ ଜିଲ୍ଲାରେ ପାଣିର ସମସ୍ୟାକୁ ଦୂର କରିବାକୁ କେନ୍ଦ୍ର ସରକାର ପଦକ୍ଷେପ ନେବେ ।

– ସୋଲାର ପମ୍ପ ସ୍ଥାପନ କରିବାକୁ ୨୦ ଲକ୍ଷ ଚାଷୀଙ୍କ ପାଇଁ ଯୋଜନା । ୬.୧୧ କୋଟି ଚାଷୀଙ୍କୁ ଫସଲ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । କୁସୁମ ଯୋଜନାରେ ଦିଆଯିବ ସୌର ପମ୍ପସେଟ ଚାଷ କ୍ଷେତ୍ରରେ ସୌର ଶକ୍ତି ବ୍ୟବହାରକୁ ସରକାରଙ୍କ ଗୁରୁତ୍ୱ ।

– ଉପଲବ୍ଧ ଥିବା ପଣ୍ୟାଗାର ଗୁଡିକର ଜିଓଟ୍ୟାଗିଂ କରାଯିବ । ଭାରତୀୟ ରେଳବାଇ ପକ୍ଷରୁ କିଷାନ ରେଳ ସ୍ଥାପନ କରାଯିବ । ଚାଷୀ ଉତ୍ପାଦନ କରୁଥିବା ଦ୍ରବ୍ୟ ପାଇଁ କୃଷି ଉଡାନ ଯୋଜନା ।

– ମହିଳାଙ୍କ ପାଇଁ ଧନଲକ୍ଷ୍ମୀ ଯୋଜନା ଘୋଷଣା କଲେ ସରକାର । ଯାହାଦ୍ୱାରା ବିହନ ସହ ଜଡ଼ିତ ଯୋଜନାରେ ମହିଳାଙ୍କୁ ମୁଖ୍ୟ ରୂପରେ ଯୋଡ଼ାଯିବ ।

– ଭାରତରେ ଯକ୍ଷ୍ମା ରୋଗର ନିରାକରଣ ପାଇଁ ବଜେଟରେ ବଡ ଘୋଷଣା । ଟିବିମୁକ୍ତ ହେବ ଦେଶ । ଅଭିଯାନ ଆରମ୍ଭ, ୨୦୨୫ ସୁଦ୍ଧା ପୂରଣ ହେବ ଲକ୍ଷ୍ୟ । ଜନ ଔଷଧୀ କେନ୍ଦ୍ରରେ ମହଜୁଦ ରହିବ ଔଷଧ ।  ସ୍ୱାସ୍ଥ୍ୟକ୍ଷେତ୍ର ପାଇଁ ୬୩ ହଜାର କୋଟିର ଅନୁଦାନ । ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ୨୦୨୫ ସୁଦ୍ଧା ସମସ୍ତ ହସ୍ପିଟାଲରେ ଜନଔଷଧୀ ସ୍କିମ ଲାଗୁ କରିବା ପାଇଁ ପ୍ରସ୍ତାବ ।

– ସ୍ୱଚ୍ଛ ଭାରତ ପାଇଁ ୧୨ ହଜାର ୩୦୦ କୋଟିର ବ୍ୟୟବାରାଦ । ଲୁଣି ପାଣିକୁ ପ୍ରକ୍ରିୟାକରଣ କରାଯାଇ ଲୋକଙ୍କୁ ଦିଆଯିବ । ସମସ୍ତ ଘରକୁ ପାନୀୟ ଜଳ ଯୋଗାଇବା ଉପରେ ଗୁରୁତ୍ୱ ।

– ଦେଶରେ ଉଚ୍ଚଶିକ୍ଷାକୁ ଦିଆଯିବ ଗୁରୁତ୍ୱ । ନ୍ୟାସନାଲ ପୋଲିସ ବିଶ୍ୱବିଦ୍ୟାଳୟ କରିବାକୁ ନିଷ୍ପତ୍ତି ନିଆଯାଇଛି । ପିଲାଙ୍କୁ ଫରେନସିକ ଲ୍ୟାବର ଜ୍ଞାନ ଦେବାକୁ ବ୍ୟବସ୍ଥା କରାଯାଉଛି ।

– ଆୟୁଷ୍ମାନ ଯୋଜନାରେ ଯୋଡି ହେବ ଦେଶର ସମସ୍ତ ହସ୍ପିଟାଲ । ଏବେ ସୁଦ୍ଧା ଦେଶର ୨୦ ହଜାର ହସ୍ପିଟାଲ ଆୟୁଷ୍ମାନ ଯୋଜନାରେ ସାମିଲ ହୋଇଛନ୍ତି ।

–  ପଂଚାୟତ ସ୍ତରରେ ଶୀତଳଭଣ୍ଡାର ନିର୍ମାଣ କରିବା ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି । ମାଛ ଉତ୍ପାଦନ ବଢାଇବା ଉପରେ କେନ୍ଦ୍ର ସରକାରଙ୍କ ଜୋର । ଏଥିପାଇଁ ସାଗରମିତ୍ର ଯୋଜନା ଲାଗୁ ହେବ । ଯୁବକ ମାନେ କିଭଳି ଏଥିପ୍ରତି ଆକର୍ଷିତ ହେବେ ସେନେଇ ଉଦ୍ୟମ କରାଯାଉଛି ।

– ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଦ୍ୱାରା ଆରମ୍ଭ ହେବ ‘କୃଷି ଉଡ଼ାଣ’ ବିମାନ ଚଳାଚଳ। କୃଷିଜାତ ସାମଗ୍ରୀ ପରିବହନ ଲାଗି ଏହା ଜାତୀୟ ଓ ଅନ୍ତର୍ଜାତୀୟ ଆକାଶପଥରେ ଚଳାଚଳ କରିବ। ସମଗ୍ର ଦେଶରେ ନାବାର୍ଡ ୧୬୨ ନିୟୁତ ଟନ୍‌ କ୍ଷମତାର କୃଷିଜାତ ସମାଗ୍ରୀ ପାଇଁ ଗୋଦାମ ଲାଗି ମ୍ୟାପ୍‌ ଓ ଜିଓ-ଟ୍ୟାବ୍‌ କରିବ।

– ଖୁବଶୀଘ୍ର ନୂଆ ଶିକ୍ଷାନୀତି ଆସିବ । ଶିକ୍ଷା କ୍ଷେତ୍ରରେ ଏଫଡିଆଇ ଅଣାଯିବ । ଉଚ୍ଚଶିକ୍ଷାକୁ ଗୁରୁତ୍ୱ ପ୍ରଦାନ କରାଯବ । ଶିକ୍ଷା କ୍ଷେତ୍ରରେ ୯୯ ହଜାର କୋଟି ବ୍ୟୟ ବୟରାଦ । ଦକ୍ଷତା ବିକାଶ ପାଇଁ ୩ ହଜାର କୋଟି ବ୍ୟୟବରାଦ । ୧୦୦ଟି ଶକ୍ଷାନୁଷ୍ଠାନରେ ଅନଲାଇନ୍ ଶିକ୍ଷା ଯୋଗାଇ ଦିଆଯିବ । ପଛୁଆ ବର୍ଜର ଛାତ୍ରଛାତ୍ରୀଙ୍କ ପାଇଁ ଡିଗ୍ରି ସ୍ତରୀୟ ଅନଲାଇନ୍ ଶିକ୍ଷା ।

– ଦେଶରୁ ଦୂର ହେବ  ଡାକ୍ତର ଅଭାବ । ସବୁ ଜିଲ୍ଲା ହସ୍ପିଟାଲରେ ହେବ ମେଡିକାଲ କଲେଜ । ପ୍ରତି ଜିଲ୍ଲା ହସ୍ପିଟାଲକୁ ମେଡିକାଲ କଲେଜ କରିବାକୁ ଯୋଜନା । ବଡ ହସ୍ପିଟାଲ ଗୁଡିକରେ ପିଜି ଶିକ୍ଷା ପ୍ରଦାନ କରିବାକୁ ସରକାର ପଦକ୍ଷେପ ନେବେ ।

ମେରାଇନ୍‌ ଫିସେରି ସଂରକ୍ଷଣ ଲାଗି ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପଶୁସମ୍ପଦ ଉତ୍ପାଦନ ବୃଦ୍ଧି ଲାଗି ସରକାର କୃତ୍ରିମପ୍ରଜନନ ଲାଗି ‘ଇନ୍‌ସେମିନେସନ୍‌’କୁ ୭୦ ପିସିରୁ ୩୦ ପିସିକୁ ବୃଦ୍ଧି କରିଛନ୍ତି। ୨୦୨୨ ସୁଦ୍ଧା ମତ୍ସ୍ୟ ଉତ୍ପାଦନ ୨୦୦ ଲକ୍ଷ ଟନ୍‌କୁ ବୃଦ୍ଧି କରାଯିବ।

– ରାଜ୍ୟ ସହ ମିଶି ହେବ ସ୍ମାର୍ଟସିଟି ଯୋଜନା । ନ୍ୟାସନାଲ ଲଜିଷ୍ଟିକ୍ ପଲିସିର ଆରମ୍ଭ ହେବା । ରପ୍ତାନୀ ବଢ଼ାଇବା ପାଇଁ ଆସିବ ନିର୍ବୀକ ଯୋଜନା । କ୍ୱାଲିଫାଏଡ୍‌ ମେଡିକାଲ୍‌ ଡାକ୍ତର ଅଭାବ ପୂରଣ ନିମନ୍ତେ ‘ପିପିପି’ ମୋଡ୍‌ରେ ମେଡିକାଲ୍‌ କଲେଜକୁ ଜିଲ୍ଲା ହସ୍‌ପିଟାଲ୍‌ରେ ସଂଯୋଗ କରାଯିବାକୁ ପ୍ରସ୍ତାବ ଦିଆଯାଇଛି ।

– ୫୫୦ ଷ୍ଟେସନରେ ୱାଇଫାଇ ସେବା ଯୋଗାଇ ଦିଆଯାଇଛି । ଦେଶରେ ତେଜଦ ଭଳି ଆହୁରି ଟ୍ରେନ ଗଡିବ । ତେଜସର ସମସ୍ତ ଟ୍ରେନକୁ ପର୍ଯ୍ୟଟନ କ୍ଷେତ୍ର ସହ ଯୋଡାଯିବ । ରେଲୱେର ଫାଙ୍କା ଥିବା ଜମିରେ ସୋଲାର ପ୍ୟାନେଲ ଲଗାଯିବ । ରେଲୱେ ଟ୍ରାକ ପାଶ୍ୱର୍ରେ ଥିବା ରେଳବାଇ ଜମିରେ ସୈାରଶକ୍ତି ଉତ୍ପାଦନ ପାଇଁ ପଦକ୍ଷେପ ।  ଅଧିକ ଷ୍ଟେସନର ଉନ୍ନତୀକରଣ ।   ଅହମ୍ମଦାବାଦ-ମୁମ୍ବାଇ ଭଳି ଅନ୍ୟ ଅଂଚଳରେ ଦ୍ରୁତଗାମୀ ଟ୍ରେନ ପାଇଁ ପଦକ୍ଷେପ ।  ୧୧ ହଜାର କିମି ଟ୍ରାକର ବିଦ୍ୟୁତୀକରଣ ।

–  ବେଟି ବଚାଓ ବେଟି ପଢାଉ ଦେଶରେ ସଫଳ ହୋଇଛି । ସ୍କୁଲରେ ପୁଅଙ୍କ ଠାରୁ ଝିଅଙ୍କ ପ୍ରଦର୍ଶନ ଭଲ ରହୁଛି

– ପୂରା ଦେଶରେ ଡାଟା ସେଣ୍ଟର ପାର୍କ କରାଯିବ । ଷ୍ଟାର୍ଟଅପ୍ ପାଇଁ ଡିଜିଟାଲ ପ୍ଲାଟଫର୍ମକୁ ବିକଶିତ କରାଯିବ । ନୂଆ ଭାରତର ନୂଆ ସମ୍ପତି ହେଉଛି ଡାଟା । ୧ ଲକ୍ଷ ଗ୍ରାମ ପଞ୍ଚାୟତରେ ଅପ୍ଟିକାଲ ଫାଇବର ବିଛାଯିବ । ‘ଭାରତ ନେଟ’ ପାଇଁ ୬ ହଜାର କୋଟିର ଅନୁଦାନ । ୧ ଲକ୍ଷ ଗ୍ରାମ ପଂଚାୟତକୁ ଏହାରି ମାଧ୍ୟମରେ ଯୋଡିବାକୁ ଲକ୍ଷ୍ୟ । ୨୦୨୪ ସୁଦ୍ଧା ୧୦୦ ନୂଆ ବିମାନ ବନ୍ଦର କରାଯିବ ।

– ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍କ ପାଇଁ ୯ ହଜାର ୫୦୦ କୋଟି ଟଙ୍କା ବଜେଟରେ ଘୋଷଣା

–  ପର୍ଯ୍ୟଟନ ସଂସ୍କୃତିର ବିକାଶ ପାଇଁ ବଜେଟରେ ବଡ ଘୋଷଣା । ୨୫୦୦ କୋଟି ଟଙ୍କା ଘୋଷଣା କଲେ ଅର୍ଥମନ୍ତ୍ରୀ  ପର୍ଯ୍ୟଟନ କ୍ଷେତ୍ରର ବିକାଣ ପାଇଁ ୨୫୦୦ କୋଟିର ଘୋଷଣା । ଭାରତୀୟ ସଂସ୍କୃତିକୁ ଆଗକୁ ନେବାକୁ ନୂଆ ଡିମଡ ବିଶ୍ୱବିଦ୍ୟାଳୟ କରାଯିବ । ରିସର୍ଚ୍ଚ ପାଇଁ ମ୍ୟୁଜିୟମ କରାଯିବ । ଏପରିକି ୫ଟି ପୂରାତନ କ୍ଷେତ୍ରକୁ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ କରାଯିବ । ୪ ସଂଗ୍ରହାଳୟର ନବୀକରଣ କରାଯିବ । ଦେଶର ପୁରାତନ ସଂସ୍କୃତିର ରକ୍ଷଣାବେକ୍ଷଣ ସରକାରଙ୍କ ଦାୟିତ୍ୱ । ସଂସ୍କୃତି ମନ୍ତ୍ରାଳୟକୁ ବଜେଟରେ ୩୧୫୦ କୋଟି ଟଙ୍କା ।

– ରାଞ୍ଚିରେ ହେବ ଆଦିବାସୀ ମ୍ୟୁଜିୟମ । ଦେଶରେ କଳା ସଂସ୍କୃତିକୁ ବଞ୍ଚାଇ ରଖିବାକୁ ଦେଶରେ ୪ଟି ସଂଗ୍ରାହାଳୟର ପୁନରୁଦ୍ଧାର କରାଯିବ ।

– ବାୟୁ ପ୍ରଦୂଷଣ ଦୂର କରିବାକୁ ୪୪୦୦ କୋଟି । ପ୍ରଦୂଷଣ ଅଧିକ ହେଉଥିଲେ ବନ୍ଦ ହେବ ତାପଜ ବିଦ୍ୟୁତ କେନ୍ଦ୍ର

– ଆଇନ ଅନୁଯାୟୀ ଟିକସ ଚାର୍ଟ ଅଣାଯିବ । ଲୋକଙ୍କ ମନରେ ଟିକସକୁ ନେଇ ଥିବା ଭୟକୁ ଦୂର କରାଯିବ । ଟିକସଦାତାଙ୍କୁ ସମସ୍ୟାରେ ପକାଇବ ନାହିଁ ସରକାର । ଏଭଳି ଟିକସ ବ୍ୟବସ୍ଥା ଆଣି ବ୍ୟବସାୟୀଙ୍କ ପ୍ରତି ନ୍ୟାୟ କରାଯାଇଛି ।

– ବ୍ୟବସାୟୀଙ୍କୁ ବଜେଟରେ ମିଳିବ ନ୍ୟାୟ । ଲୋକଙ୍କ ମନରୁ ଟିକସ ଭୟ ଦୂର କରାଯିବ । ଖୁବଶୀଘ୍ର ଟିକସ ଦାତା ଚାର୍ଟର ଘୋଷଣା ହେବ ।

– ଲଦାଖ ଓ କାଶ୍ମୀର ପାଇଁ ପ୍ୟାକେଜ । କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ ପାଇଁ ୫ ହଜାର ୯୫୮ କୋଟି ଓ ଜମ୍ମୁ-କାଶ୍ମୀର ପାଇଁ ୩୦ ହଜାର ୭୫୭ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ସୀତାରମଣ ।

– କେନ୍ଦ୍ର ସରକାରଙ୍କ ଫୋସକରେ ଉତ୍ତରପୂର୍ବାଞ୍ଚଳ । ଉତ୍ତରପୂର୍ବାଞ୍ଚଳର ବିକାଶ ପାଇଁ ୩୦ ହଜାର ୭୫୭ କୋଟି ଘୋଷଣା କଲେ ଅର୍ଥମନ୍ତ୍ରୀ ।
ଏଲଆଇସିରୁ ବଡ ଅଂଶଧନ ବିକ୍ରି କରିବେ ସରକାର । ଏଥିପାଇଁ ଆଇପିଓ ଆଣିବେ ସରକାର । ଏହାଛଡା ଆଇଡିବିଆଇ ବ୍ୟାଙ୍କରୁ ମଧ୍ୟ ଅଂଶଧନ ବିକ୍ରି କରିବେ କେନ୍ଦ୍ର ସରକାର ।
–  କ୍ଷୁଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗକ ପାଇଁ ବଡ ଘୋଷଣା । ଏହି ଦୁଇ ଉଦ୍ୟୋଗ ପାଇଁ ଆସିବ ଭିନ୍ନ ଋଣ ବ୍ୟବସ୍ଥା ।
– ବ୍ୟାଙ୍କରେ ଜମକାରୀଙ୍କ ଟଙ୍କା ସମ୍ପୂର୍ଣ୍ଣ ସୁରକ୍ଷିତ । ସରକାରୀ ବ୍ୟାଙ୍କ ପାଇଁ ୩ ଲକ୍ଷ ୫୦ ହଜାର କୋଟି ଟଙ୍କାର ପ୍ୟାକେଜ, ବ୍ୟାଙ୍କ ଜମା ଉପରେ ୫ ଲକ୍ଷ ଟଙ୍କାର ଗ୍ୟାରେଣ୍ଟି । ୧ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ମୋଦି ସରକାର ।
୨୦୧୧ରେ ଜିଡିପି ୧୦ ପ୍ରତିଶତ ରହିବା ଆକଳ । ମାତ୍ର ୨୦୨୦-୨୧ ପାଇଁ ବିତ୍ତୀୟ ନିଅଣ୍ଟ ୩.୫ ପ୍ରତିଶତ ଆକଳନ