ବଜେଟ୍ ୨୦୨୦ : ପର୍ଯ୍ୟଟନର ବିକାଶ ପାଇଁ ୨୫୦୦ କୋଟି ବ୍ୟୟବରାଦ

153

କନକ ବ୍ୟୁରୋ : ବଜେଟରେ ପର୍ଯ୍ୟଟନକୁ ଫୋକସ୍ । ପର୍ଯ୍ୟଟନ ପାଇଁ ୨୫୦୦କୋଟି ବ୍ୟୟବରାଦ କରାଯାଇଛି । ପର୍ଯ୍ୟଟନର ବିକାଶ ପାଇଁ ଏହି ଟଙ୍କା ଖର୍ଚ୍ଚ କରାଯିବ । ସଂସ୍କୃତିକୁ ପ୍ରୋତ୍ସାହାନ ପାଇଁ  ଡିମଡ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ସଂସ୍କୃତି ଉପରେ ଗବେଷଣା ପାଇଁ ପ୍ରତିଷ୍ଠା ହେବ ସଂଗ୍ରହାଳୟ । ୪ଟି ସଂଗ୍ରହାଳୟର ନବୀକରଣ କରାଯିବ । ୫ଟି ପ୍ରତ୍ନତତ୍ୱ ଅଂଚଳକୁ ପର୍ଯ୍ୟଟନ ସ୍ଥଳ ଘୋଷଣା କରାଯିବ । ରାଂଚିରେ ହେବ ଆଦିବାସୀ ସଂଗ୍ରହାଳୟ ।

ଆଦିବାସୀ, ସଂସ୍କୃତି ବିକାଶ ପାଇଁ ୫ ହଜାର କୋଟି ବ୍ୟୟ କରାଯିବ । ସଂସ୍କୃତି ମନ୍ତ୍ରାଳୟ ପାଇଁ ୩ ହଜାର ୧୫୦ କୋଟି ଖର୍ଚ୍ଚ କରାଯିବ । ୫ଟି  ଐତିହାସିକ ପର୍ଯ୍ୟଟନ କ୍ଷେତ୍ରର ବିକାଶ ହେବ । ଲୋଥଲରେ ମେରିଟାଇମ୍ ସଂଗ୍ରାହାଳୟ ପ୍ରତିଷ୍ଠା କରାଯିବ । ଏତଦ୍ ବ୍ୟତୀତ ଦେଶରେ କିଛି ଆଇକନିକ୍ ମ୍ୟୁଜିଅମ ପ୍ରତିଷ୍ଠା କରାଯିବ।

ଅନ୍ୟପଟେ ବଜେଟରେ ଅର୍ଥମନ୍ତ୍ରୀ ସୀତାରମଣ ପ୍ରଦୂଷଣକୁ ନେଇ ବଢ ଘୋଷଣା କରିଛନ୍ତି । ସହରରେ ଶୁଦ୍ଧ ବାୟୁ ପାଇଁ  ୪ ହଜାର ୪୦୦ କୋଟି ଟଙ୍କା ବ୍ୟୟବରାଦ ହେବ । ୧୦ ଲକ୍ଷରୁ ଅଧକ ଜନସଂଖ୍ୟା ଥିବା ସହରର ବାୟୁ ଶୁଦ୍ଧ କରାଯିବ । ପ୍ରଦୂଷଣ ବଢାଉଥିବା ଥର୍ମାଲ ପ୍ଲାଂଟ ଗୁଡ଼ିକୁ ବନ୍ଦ କରାଯିବ ।