ବଜେଟ୍ ଉପସ୍ଥାପନା କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍ ! ଛୋଟ ଦୋକାନୀଙ୍କୁ ପେନସନ୍ ବ୍ୟବସ୍ଥା

169

କନକ ବ୍ୟୁରୋ : ଉପସ୍ଥାପିତ ହେଲା ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ । ସଂସଦରେ ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ପ୍ରଥମ ଥର ପାଇଁ ସଂସଦରେ ଉପସ୍ଥାପନ ସାଧାରଣ ବଜେଟ୍ କରୁଛନ୍ତି । ବଜେଟ୍ ଉପସ୍ଥାପନ ନେଇ ଶେୟାର ବଜାରରେ ଉତ୍ସାହ ଦେଖିବା ପାଇଁ ମିଳୁଛି । ଏଥର ସୁଟକେସରେ ନୁହେଁ ନାଲି ଫିତାଗୁଡ଼ା ବହିରେ ଆସିଲା ବଜେଟ୍ । ଏଥର ବଜେଟର ନାଁ ରହିଛି , ଦେଶର ବହିଖାତା ।

ସଂସଦରେ ସାଧାରଣ ବଜେଟ୍ ଉପସ୍ଥାପନ କରିବା ସହ ଅଭିଭାଷଣ ରଖୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

– ସରକାରୀ ପ୍ରକ୍ରିୟାକୁ ସରଳ କରିବା ପାଇଁ ଚେଷ୍ଟା କରାଯିବ । ସ୍ଥିର ଭାରତର ପରିକଳ୍ପନା ସାକାର ହୋଇଛି ।
– ଦେଶର ପ୍ରତ୍ୟେକ ବ୍ୟକ୍ତି ପରିବର୍ତ୍ତନକୁ ଅନୁଭବ କରୁଛନ୍ତି । ବିଶ୍ୱାସ ଥିଲେ ରାସ୍ତା ବାହାରି ଆସେ ।

– ଜନ ଭାଗୀଦାରୀତା ବଢ଼ାଇବାକୁ ଅଧିକ ବଢ଼ାଇବା ଲକ୍ଷ୍ୟ । ମେକ୍ ଇନ୍ ଇଣ୍ଡ୍ରିଆରୁ ବ୍ୟବସାୟ ବଢ଼ିଛି । ବିଜିନେସ୍ କରିଡୋର ଯୋଗୁଁ ସାଧାରଣ ଲୋକଙ୍କୁ ଲାଭ ମିଳିଛି ।

– ନୂଆ ଭାରତ ଆଡ଼କୁ ଅଗ୍ରସର ହେଉଛି ଦେଶ । ଆଗାମୀ ୫ ବର୍ଷରେ ୫ ଟ୍ରିଲିୟନ୍ ଡଲାର ଅର୍ଥନୀତିରେ ଦେଶକୁ ପହଞ୍ଚାଇବା ଲକ୍ଷ୍ୟ ।

– ଜଳପଥରେ ବ୍ୟବସାୟ ସହଜ ହୋଇଛି । ଭାରତ ଏବେ ନିଯୁକ୍ତ ପ୍ରଦାନକାରୀ ଦେଶ ପାଲିଟିଛି ।

– ରେଲୱେରେ ଘରୋଇ ଭାଗିଦାରୀ ବଢ଼ାଇବା ଲକ୍ଷ୍ୟ । ରେଲୱେରେ ପିପିଏଫ୍ ମଡ଼େଲ ଆପଣାଯିବ । ପରିବହନ କ୍ଷେତ୍ରରେ ତୀବ୍ର ବିକାଶ ଉପରେ ଗୁରୁତ୍ୱ ।
– ଗତ କିଛି ବର୍ଷରେ ମହିଳାଙ୍କ ସ୍ଥିତି ବଦଳିଛି । ଚୁଲି ଫୁଙ୍କିବାରୁ ମହିଳାଙ୍କୁ ତ୍ରାହି ମିଳିଛି । ଆଗକୁ ଦେଶକୁ ପ୍ରଦୂଷଣ ମୁକ୍ତ କରାଯିବା ଲକ୍ଷ୍ୟ ରହିଛି । ଗାଁ ସହର ଭିତରେ ଫରକ ଦ୍ରୁତ ଗତିରେ କମୁଛି ।

– ବୈଦୁତିକ ବାହାନକୁ ପ୍ରୋତ୍ସାହନ ଦିଆଯିବ । ସମସ୍ତଙ୍କୁ ଘର ଯୋଗାଇବା ଲକ୍ଷ୍ୟରେ କାମ ଜାରି ରହିଛି । ୩ କୋଟି ଦୋକାନୀଙ୍କୁ ପେନସନ୍ ବ୍ୟବସ୍ଥା । ଘର ଭଡ଼ା ପାଇଁ ଆସିବ ନୂଆ ଆଇନ୍ । ବୈଦୁତିକ ପଣ୍ଡ ରେଜିଂ ସିଷ୍ଟମ ଉପରେ ଗୁରୁତ୍ୱ ।
– ଦେଶରେ ୩୬୦ କିମି ମେଟ୍ରୋ ସେବା ଚାଲିଛି । ୨୦୧୯ରେ ଅତିରିକ୍ତ ୨୧୦ କିମି ରେଳସେବା ଚଳାଇବା ଲକ୍ଷ୍ୟ । ରେଳ ଭିତ୍ତିଭୂମି ବିକାଶ ପାଇଁ ୫୦ ଲକ୍ଷ କୋଟି ଟଙ୍କା ଆବଶ୍ୟକ ।

– ସବୁ କାର୍ଯ୍ୟକ୍ରମରେ ଗାଁ, ଗରିବ ଓ ଚାଷୀଙ୍କୁ ଗୁରୁତ୍ୱ ଦିଆଯାଉଛି । ଗଣମାଧ୍ୟମରେ ବିଦେଶୀ ପୁଞ୍ଜିନିବେଶ ସୀମା ବୃଦ୍ଧି ପାଇବ । ଉଜ୍ଜଳା, ସୌଭାଗ୍ୟ ଯୋଜନାରେ ଗାଁ ଲୋକଙ୍କ ଜୀବନ ବଦଳିଛି । ୨୦୨୨ ସୁଦ୍ଧା ସମସ୍ତ ଘରେ ବିଜୁଳି ପହଞ୍ଚାଇବା ଲକ୍ଷ୍ୟ ।

– ଏକ ଲକ୍ଷ କିମି ସଡ଼କକୁ ଉନ୍ନତତର କରାଯିବ । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଗ୍ରୀନ୍ ଟେକ୍ନୋଲୋଜିର ବ୍ୟବହାର କରାଯିବ ।

– ନ୍ୟାସନାଲ ରିସର୍ଚ ଫାଉଣ୍ଡେସନ ଗଠନ କରାଯିବ । ଅନଲାଇନ କୋର୍ସ ବଢାଇବା ଉପରେ ଗୁରୁତ୍ୱ । ଉଚ୍ଚ ଶିକ୍ଷା ପାଇଁ ୪୦୦ କୋଟିର ଫଣ୍ଡ ବ୍ୟବସ୍ଥା