ଆଜି ସଂସଦରେ ଉପସ୍ଥାପିତ ହେବ ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବଜେଟ୍ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ପ୍ରଥମ ଥର ପାଇଁ ସଂସଦରେ ଉପସ୍ଥାପନ କରିବେ ସାଧାରଣ ବଜେଟ୍ । ବଜେଟ୍ ପୂର୍ବରୁ ଅର୍ଥନୈତିକ ସର୍ଭେ ରିପୋର୍ଟ ସଂସଦରେ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ଇନ୍ଦିରା ଗାନ୍ଧୀଙ୍କ ପରେ ଦେଶରେ ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଅର୍ଥମନ୍ତ୍ରୀ ଭାବେ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି ନିର୍ମଳା ସୀତାରମଣ ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଦିନ ୧୧ଟାରେ ଲୋକସଭାରେ ବଜେଟ ଉପସ୍ଥାପନ କରିବେ । ଏଥିପାଇଁ ନିର୍ମଳା ସୀତାରମଣ ଓ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଅର୍ଥ ମନ୍ତ୍ରଣାଳୟରେ ପହଞ୍ଚିଛନ୍ତି । ଅନୁରାଗ ଠାକୁର ସକାଳେ ପୂଜାର୍ଚ୍ଚନା କରୁଥିବା ବି ଦେଖାଯାଇଛି । ଆଜି ବଜେଟରେ ମଧ୍ୟବିତ ପରିବାର ଓ କୃଷକଙ୍କ ପାଇଁ କଣ ଘୋଷଣା ହେଉଛି ସେ ଉପରେ ସମସ୍ତଙ୍କ ନଜର ରହିଛି । ଆଜିର ବଜେଟରେ କୃଷି ଓ କୃଷକ ଉପରେ ବି ଫୋକସ କରାଯାଇପାରେ । ଆୟକର ଛାଡସୀମା ବି ୩ ଲକ୍ଷ ହୋଇପାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/07/8.jpg)