କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରର ବଡ଼ଗାମ ଜିଲ୍ଲାରେ ଫେବୃୟାରୀ ୨୮ରେ ହେଲିକପ୍ଟର ଦୁର୍ଘଟଣାରେ ସ୍କ୍ୱାର୍ଡ଼ନ ଲିଡ଼ର ସିଦ୍ଧାର୍ଥ ବଶିଷ୍ଠ ସହିଦ ହୋଇଥିଲେ । ସେହି ଦୁର୍ଘଟଣାରେ ୬ ଜଣ ପାଇଲଟ୍ ସହିଦ ହେବା ସହ ଜଣେ ସ୍ଥାନୀୟ ବାସିନ୍ଦା ପ୍ରାଣ ହରାଇଥିଲେ । ଗତ ଶୁକ୍ରବାର ସାମରିକ ସମ୍ମାନ ଦେଇ ସିଦ୍ଧାର୍ଥଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ୩୧ ବର୍ଷିୟ ସିଦ୍ଧାର୍ଥ ବଶିଷ୍ଠଙ୍କ ପରିବାରର ତିନି ପୀଢ଼ି ଏହାରଫୋର୍ସରେ କାର୍ଯ୍ୟରତ ଥିଲେ । ସେ ୨୦୧୦ରେ ବାୟୁସେନାରେ ସାମିଲ ହୋଇଥିଲେ । କେରଳର ବନ୍ୟା ସମୟରେ ଲୋକଙ୍କୁ ଉଦ୍ଧାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ ସିଦ୍ଧାର୍ଥ । ସେଥିପାଇଁ ତାଙ୍କୁ ସମ୍ମାନିତ ମଧ୍ୟ କରାଯାଇଥିଲା ।
ଗୁରୁବାର ବିମାନ ଯୋଗେ ତାଙ୍କ ମରଶରୀରକୁ ଚଣ୍ଡିଗଡ଼ର ବାୟୁସେନା ଷ୍ଟେସନକୁ ଅଣା ଯାଇଥିଲା । ଏହା ପରେ ଭାରତୀୟ ବାୟୁସେନାର ଗାଡ଼ିରେ ତାଙ୍କ ମର ଶରୀରକୁ ଶେଷକୃତ୍ୟ ପାଇଁ ତାଙ୍କ ଘରକୁ ପଠାଇ ଦିଆ ଯାଇଥିଲା । ଶେଷକୃତ୍ୟ ସମୟରେ ସିଦ୍ଧାର୍ଥଙ୍କ ପତ୍ନୀ ସ୍କ୍ଵାଡ଼ର୍ନ ଲିଡରଙ୍କ ପୋଷାକ ପିନ୍ଧି ସିଦ୍ଧାର୍ଥଙ୍କୁ ବିଦାୟ ଦେଇଥିଲେ । ସିଦ୍ଧାର୍ଥଙ୍କ ପତ୍ନୀ ମଧ୍ୟ ଜଣେ ସ୍କ୍ଵାଡ଼ର୍ନ ଲିଡର । ସେ ସିଦ୍ଧାର୍ଥଙ୍କ ମର ଶରୀରକୁ ଫୁଲ ମାଳ ଦେଇ ତାଙ୍କୁ ଶେଷ ବିଦାୟ ଦେଇଥିବା ଦେଖା ଯାଇଥିଲା । ସିଦ୍ଧାର୍ଥଙ୍କ ବାପା ମୁଖାଗ୍ନି ଦେଇଥିବା ଜଣା ପଡ଼ିଛି । ସିଦ୍ଧାର୍ଥଙ୍କୁ ଶେଷ ବିଦାୟ ଦେବା ପାଇଁ ମଶାଣିକୁ ତାଙ୍କ ପରିବାର ସମେତ ଶହ ଶହ ସ୍ଥାନୀୟ ଲୋକ ମଧ୍ୟ ଆସିଥିବା ଦେଖା ଯାଇଥିଲା ।
ସୂଚନାଯୋଗ୍ୟ ଗତ ୨୭ରେ ହୋଇଥିବା ହେଲିକପ୍ଟର ଦୁର୍ଘଟଣାରେ ସ୍କ୍ୱାର୍ଡ଼ନ ଲିଡ଼ର ସିଦ୍ଧାର୍ଥ ବଶିଷ୍ଠ, ସ୍କ୍ୱାର୍ଡ଼ନ ଲିଡ଼ର ନିନାଦ, କୁମାର ପାଣ୍ଡେ, ସରର୍ଜେଂଟ ବିକ୍ରମ ସେରାୱତ, କର୍ପୋାରାଲ ଦ୍ୱୀପପକ ପାଣ୍ଡେ, କର୍ପୋରାଲ ପଙ୍କଜ କୁମାର ସିହଦ ହୋଇଥିଲେ । ଏମାନଙ୍କ ସମେତ ଜଣେ ସାଧାରଣ ନାଗରିକଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା ।
We lost six brave warriors in the #Budgam helicopter crash.
1. 4th Gen IAF Officer, Squadron leader Siddharth Vashisht
2. Squadron leader Ninad Mandvgane
3. Kumar Pandey
4. Sergeant Vikrant Sehrawat
5. Corporal Deepak Pandey
6. Corporal Pankaj Kumar
RIP Warriors 🇮🇳— Jitin Yadav (@raojitin) February 28, 2019