କନକ ବ୍ୟୁରୋ : କଂଗ୍ରେସ ସହ ମେଂଟ କରିବ ନାହିଁ ବସପା । ବହୁଜନ ସମାଜବାଦୀ ପାର୍ଟିର ସୁପ୍ରିମୋ ମାୟାବତୀ ଏନେଇ ଆଜି ସ୍ପଷ୍ଟ କରିଛନ୍ତି । ଉତ୍ତରପ୍ରଦେଶରେ କଂଗ୍ରେସ ସହ ମେଂଟ ହେବନାହିଁ । କେବଳ ୟୁପିରେ ନୁହେଁ ସାରା ଦେଶରେ କୌଣସି ବି ସ୍ଥାନରେ କଂଗ୍ରେସ ସହ ମେଂଟ କରିବ ନାହିଁ ବସପା । ସେ କହିଛନ୍ତି ସପା-ବିସପି ମେଂଟ ଉତ୍ତରପ୍ରଦେଶରେ ବିଜେପିକୁ ହରାଇବା ପାଇଁ ଯଥେଷ୍ଟ । ଲକ୍ଷ୍ନୌରେ ବିଏସପିର ଅଖିଳ ଭାରତୀୟ ବୈଠକରେ ଲୋକସଭା ନିର୍ବାଚନ ପ୍ରସ୍ତୁତି ଓ ଆଶାୟୀ ପ୍ରାର୍ଥୀଙ୍କ ତାଲିକା ବିଷୟରେ ଚର୍ଚ୍ଚା ଭିତରେ ଏକଥା ଘୋଷଣା ହୋଇଛି । ବସପା କୌଣସି ବି ରାଜ୍ୟରେ କଂଗ୍ରେସ ସହ ନିର୍ବାଚନୀ ବୁଝାମଣା କରିବ ନାହିଁ ବୋଲି ବୋଲି ସ୍ପଷ୍ଟ କରିଛନ୍ତି ମାୟାବତୀ ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ ୟୁପିରେ ଆଗାମୀ ନିର୍ବାଚନ ପରିପ୍ରେକ୍ଷୀରେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି(ସପା) ଏବଂ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି(ବସପା) ମଧ୍ୟରେ ଆଗରୁ ଉତ୍ତରପ୍ରଦେଶ ପାଇଁ ମେଣ୍ଟ ଏବଂ ଆସନ ବୁଝାମଣା ଘୋଷଣା କରିସାରିଛନ୍ତି । ତେବେ ଅଖିଲେଶ ଯାଦବ ପୂର୍ବରୁ କହୁଥିଲେ କଂଗ୍ରେସ ମଧ୍ୟ ଏହି ମେଂଟର ଅଶୀଂଦାର । ତେବେ ମାୟାବତୀଙ୍କ ତାଜା ନିଷ୍ପତ୍ତି ପରେ ସ୍ଥିତି ସ୍ପଷ୍ଟ ହୋଇଯାଇଛି । ତେବେ ବସପାର ଏହି ନିଷ୍ପତ୍ତିରେ ଯେଉଁ ଯେଉଁ ସ୍ଥାନରେ କ୍ରିକୋଣୀୟ ମୁକାବିଲା ହେବା, ସେଠାରେ ଭାଜପାକୁ ଫାଇଦା ମିଳବ ।
ମୋଦି ଓ ଭାଜପାଙ୍କୁ ରୋକିବା ପାଇଁ ମହାମେଂଟ ପାଇଁ କରିବା ପାଇଁ ଚେଷ୍ଟା କରାଯାଉଛି । ତେବେ ମାୟାବତୀଙ୍କ ଏହି ଘୋଷଣା ପରେ ମହାମେଂଟ ସମ୍ଭାବନାକୁ ଶକ୍ତ ଝଠକା ଲାଗିଛି । ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ସିଟ ଉପରେ ମାୟାବତୀଙ୍କ ନଜର । ସପା-ବସପା ମେଂଟ ସମୟରେ ଅଖିଲେଶ ଯାଦବ ଏନେଇ ସଙ୍କେତ ଦେଇଥିଲେ । ବିଗତ ଦିନରେ ସପା-ବସପା ମେଂଟ ରାଷ୍ଟିୟ ଲୋକଦଳକୁ ସାମଲି କରିବା ସମୟରେ କହିଥିଲେ ଦେଶକୁ ଚଳିତ ନିର୍ବାଚନରେ ନୂଆ ପ୍ରଧାନମନ୍ତ୍ରୀ ମିଳିବ ।