ବିଏସଏନଏଲର ନୂତନ ଯୋଜନା ! ୩୪୯ଟଙ୍କାରେ ୫୪ଜିବି ଡାଟା ଓ ଅସୀମିତ କଲିଂ ସୁବିଧା

25

ଜିଓ ଓ ଅନ୍ୟ କମ୍ପାନିକୁ ଟକ୍କର ଦେବା ପାଇଁ ସରକାରୀ ଟେଲିକମ୍‌ କମ୍ପାନି ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସ୍‌ଏନ୍‌ଏଲ୍‌) ଏକ ନୂତନ ପ୍ଲାନ୍‌ ଲଞ୍ଚ କରିଛି । ବିଏସ୍‌ଏନ୍‌ଏଲ୍‌ ଏହି ପ୍ଲାନ୍‌ରେ ପ୍ରିପେଡ ଗ୍ରାହକଙ୍କୁ ଅସୀମିତ ଭଏସ୍‌ କଲିଂ ବ୍ୟତୀତ ୧ଜିବି ଡାଟା ପ୍ରତିଦିନ ମିଳିବ। କମ୍ପାନିର ଏହି ପ୍ଲାନ୍‌ର ମୂଲ୍ୟ ୩୪୯ ଓ ବୈଧତା ୫୪ଦିନ ପର୍ଯ୍ୟନ୍ତ ରହିଛି । ଏଭଳି ଭାବେ ଗ୍ରାହକ ୫୪ଜିବି ଡାଟାର ଫାଇଦା ଉଠାଇ ପାରିବେ । ଏଥିରେ ଗ୍ରାହକ ଭଏସ୍‌ କଲିଂ ବ୍ୟତୀତ ପ୍ରତିଦିନ ୧୦୦ ଏସ୍‌ଏମ୍‌ଏସ୍‌ର ସୁବିଧାର ଫାଇଦା ଉଠାଇ ପାରିବେ । ବିଏସ୍‌ଏନ୍‌ଏଲ୍‌ ଏହା ପୂର୍ବରୁ ୯୯ଟଙ୍କା ଓ ୩୧୯ଟଙ୍କାର ଦୁଇଟି ପ୍ଲାନ୍‌ ଲଞ୍ଚ୍‌ କରିଥିଲା ।

bsnl

ବିଏସ୍‌ଏନ୍‌ଏଲ୍‌ ବ୍ୟତୀତ ଜିଓ ବି ଗ୍ରାହକଙ୍କୁ ୩୪୯ଟଙ୍କାର ଅଫର ପ୍ରଦାନ କରିଛି । ଜିଓ ପ୍ଲାନ୍‌ରେ ଗ୍ରାହକଙ୍କୁ ଅସୀମିତ ଭଏସ୍‌ କଲିଂ ଓ ୧୦୦ଏସ୍‌ଏମ୍‌ଏସ୍‌ ବ୍ୟତୀତ ପ୍ରତିଦିନ ୧.୫ଜିବି ଡାଟାର ସୁବିଧା ବି ଦେଇଛି । ଜିଓର ଏହି ପ୍ଲାନ୍‌ର ବୈଧତା ୭୦ଦିନ ପର୍ଯ୍ୟନ୍ତ ରହିଛି । ବିଏସ୍‌ଏନ୍‌ଏଲ୍‌ ଏଯାବତ୍‌ ବଛାବଛା କେତେଟି ସ୍ଥାନରେ ୪ଜି କନେକ୍ଟିଭିଟିର ସୁବିଧା ଦେଇଛି । ସେଥିପାଇଁ ହୋଇପାରେ ଆପଣଙ୍କୁ ୩ଜିବି ଇଣ୍ଟରନେଟ ସ୍ପିଡ୍‌ ମିଳିପାରେ ।