ବାଲେଶ୍ୱରର ଝାଡ଼େଶ୍ୱରପୁର ଗାଁରୁ ୩ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଜବତ, ଜଣେ ଗିରଫ

Advertisment
ବାଲେଶ୍ୱରର ଝାଡ଼େଶ୍ୱରପୁର ଗାଁରୁ ୩ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଜବତ, ଜଣେ ଗିରଫ

http://www.pragativadi.com

କନକ ବ୍ୟୁରୋ : ଜଳେଶ୍ୱର ବ୍ଲକ୍ ଝାଡ଼େଶ୍ୱରପୁର ଗାଁରୁ ୨୩ ଗ୍ରାମର ବ୍ରାଉନ୍ ସୁଗାର ଜବତ । ଯାହାର ଆନୁମାନିକ ମୂଲ୍ୟ ରହିଛି ୩ ଲକ୍ଷ ଟଙ୍କା । ଅବକାରୀ ବିଭାଗର ଫ୍ଲାଇଂ ସ୍କ୍ଵାର୍ଡ଼ ଆଜି ଭୋରରୁ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଝାଡ଼େଶ୍ୱରପୁର ବସ୍ତିରୁ ୨୩ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ କରିଛି । ଜବତ ବ୍ରାଉନ୍ ସୁଗାରର ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛ । ଏହି ଘଟଣାରେ ଅବକାରୀ ବିଭାଗ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣଭ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି । ଗିରଫ ଅଭିଯୁକ୍ତଙ୍କ ନାମ ନାଁ ଅନୀଲ ଖଟିକ ଓ ତାଙ୍କ ଘର ପଶ୍ଚିମବଙ୍ଗରେ ବୋଲି ଜଣାପଡ଼ିଛି ।

ଅବକାରୀ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅନୀଲ ପଶ୍ଚିମବଙ୍ଗରୁ ବ୍ରାଉନ୍ ସୁଗାର ସଂଗ୍ରହ କରି ଖଡ଼ଗପୁରରୁ ଟ୍ରେନ୍ ଯୋଗେ ଆସି ଜଳେଶ୍ୱର ଷ୍ଟେସନରେ ପହଞ୍ଚିଥିଲେ। ତେବେ ଅନୀଲ ବ୍ରାଉନ ସୁଗାର ନେଇ ଝାଡେଶ୍ୱରପୁର ବସ୍ତିରେ ପହଞ୍ଚିବା ପରେ ପୂର୍ବରୁ ଠୋସ ସୂଚନା ପାଇ ସଜାଗ ଥିବା ବାଲେଶ୍ୱର ଅବକାରୀ ବିଭାଗ ଓ ଫ୍ଲାଇଂ ସ୍କ୍ଵାର୍ଡ଼ ଚଢ଼ାଉ କରି ତାଙ୍କ ଠାରୁ ଏହି ଧଳା ଜହର ଜବତ କରିବା ସହିତ ତାଙ୍କୁ ଗିରଫ କରଇଛି । ତେବେ ଏହି ଘଟଣାରେ ଅନୀଲ ଠାରୁ ବ୍ରାଉନ ସୁଗାର କିଣିବାକୁ ଅପେକ୍ଷା କରିଥିବା ଅନ୍ୟ ଜଣେବ୍ୟକ୍ତିଙ୍କୁ ଅବକାରୀ ବିଭାଗରୀ କର୍ମଚାରୀ ଅଟକ ରଖି ପଚରାଉଚରା କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe