କନକ ବ୍ୟୁରୋ : ସାନ ଭାଇକୁ ହତ୍ୟା କଲା ବଡ଼ ଭାଇ । ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ହତ୍ୟାକାଣ୍ଡ ଘଟଣାର ହତ୍ୟାକାରୀ ଚିହ୍ନଟ ହୋଇଛି । ହତ୍ୟାକାରୀ ହେଉଛି ମୃତ ପ୍ରୀତମ ରାଉତରାୟର ବଡ଼ ଭାଇ ମାମୁନ ରାଉତରାୟ । ଗଣମାଧ୍ୟମରେ ହତ୍ୟାକାରୀର ମୋବାଇଲ ଭିଡିଓ ପ୍ରସାରଣ ପରେ ପୁଲିସ ଅଭିଯୁକ୍ତକୁ ଚିହ୍ନଟ କରିଛି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଜମିଜମା ବିବାଦରୁ ଏହି ହତ୍ୟାକାଣ୍ଡ ହୋଇଥିବା ପୁଲିସ ଅନୁମାନ କରୁଛି ।
ଗତକାଲି ଦିନ ଦିପହରରେ ପ୍ରୀତମ ରାଉତରାୟକୁ ଗୋଡେଇ ଗୋଡେଇ ହାଣିଥିଲା ମାମୁନ ରାଉତରାୟ । ବିଚ୍ ରାସ୍ତାରେ ହାଣିବା ପରେ , ସୁରେଖା ଆପାର୍ଟମେଂଟ ନିକଟରେ ଏକ ନିର୍ମାଣାଧୀନ ପାଇଖାନା ଟାଙ୍କିରେ ରକ୍ତାକ୍ତ ଅବସ୍ଥାରେ ଫିଙ୍ଗି ଚାଲିଯାଇଥିଲା । ଏତିକି ବେଳେ କେହି ଜଣେ ହତ୍ୟାକାରୀର ଚିତ୍ରକୁ ନିଜ ମୋବାଇଲରେ ରେକର୍ଡ କରିନେଇଥିଲେ । ହତ୍ୟାକାରୀ ଅତି ବେଫିକର ଢଙ୍ଗରେ ହତ୍ୟାକାଣ୍ଡ ଘଟାଇବା ପରେ କଟୁରୀ ଧରି ଫେରୁଥିଲା ।
କଟୁରୀରୁ ରକ୍ତର ଦାଗ ଲୁଚାଇବାକୁ ଏହା ଉପରେ ଏକ କପଡା ଗୁଡେଇ ଦେଇଥିଲା । ଗୁରୁତର ଅବସ୍ଥାରେ ଯୁବକ ଜଣକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଥିଲା । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ଲଖମୀସାଗର ଅଂଚଳର ଶବର ସାହିର ପ୍ରୀତମ୍ ରାଉତରାୟ । ପୋଲିସ ଶବ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।।
Follow Us