କୁକୁରକୁ ଗାର୍ଡ ଅଫ ଅନର । ପୁଲିସରେ ସାମିଲ ହୋଇ ଦୀର୍ଘଦିନ ସେବା ଯୋଗାଇଆସିଥିବା ମୃତ କୁକୁରକୁ ଭିନ୍ନ ଢଙ୍ଗରେ ବିଦାୟ ଦେଲା ନବରଙ୍ଗପୁର  ପୁଲିସ

258

କନକ ବ୍ୟୁରୋ : କୁକୁରକୁ ଗାର୍ଡ ଅଫ୍ ଅନର ସହ ଶେଷ ବିଦାୟ । ପୁଲିସରେ ସାମିଲ ହୋଇ ଦୀର୍ଘଦିନ ଧରି ସେବା ଯୋଗାଇଥିବାକ କୁକର ତାରର ଦେହାନ୍ତ ପରେ ଗାର୍ଡ ଅଫ ଅନର ଦିଆଯାଇଛି । ନବରଙ୍ଗପୁର ଏସପିଙ୍କ ଉପସ୍ଥିତିରେ ତାରାକୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି । ପୁଲିସ ବାହିନୀରେ ଯୋଗଦେବା ପରେ ନବରଙ୍ଗପୁର ପୁଲିସର  ଅନେକ ଜଟିଳ ମିଶନ ସହ ଅପରାଧୀଙ୍କ ବିଷୟରେ ସୁରାକ ଦେବା ପାଇଁ ସହଯୋଗ କରି ପୁଲିସ ପାଇଁ ଅନେକ ସଫଳତା ଆଣିଦେଇଥିଲା ।

ତାରାର ମୃତ୍ୟୁ ପରେ ବି ତାର ଅତୁଳନୀୟ ଅବଦାନକୁ ଭୁଲି ନଥିଲା ପୁଲିସ ବିଭାଗ ।ଏବେ କୁକୁର ତାରର ମୃତ୍ୟୁ ପରେ ତାର ଅବଦାନକୁ ନ ଭୁଲି ସମ୍ମାନ ନେବା ନିଜେ ଏସପିଙ୍କ ଊପସ୍ଥିତିରେ ଗାର୍ଡ ଅଫ ଅନର ପ୍ରଦାନ ସହ ଶେଷ କୃତ୍ୟରେ ସାମିଲ ହୋଇଥିଲେ ।