କନକ ବ୍ୟୁରୋ : କୁକୁରକୁ ଗାର୍ଡ ଅଫ୍ ଅନର ସହ ଶେଷ ବିଦାୟ । ପୁଲିସରେ ସାମିଲ ହୋଇ ଦୀର୍ଘଦିନ ଧରି ସେବା ଯୋଗାଇଥିବାକ କୁକର ତାରର ଦେହାନ୍ତ ପରେ ଗାର୍ଡ ଅଫ ଅନର ଦିଆଯାଇଛି । ନବରଙ୍ଗପୁର ଏସପିଙ୍କ ଉପସ୍ଥିତିରେ ତାରାକୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି । ପୁଲିସ ବାହିନୀରେ ଯୋଗଦେବା ପରେ ନବରଙ୍ଗପୁର ପୁଲିସର ଅନେକ ଜଟିଳ ମିଶନ ସହ ଅପରାଧୀଙ୍କ ବିଷୟରେ ସୁରାକ ଦେବା ପାଇଁ ସହଯୋଗ କରି ପୁଲିସ ପାଇଁ ଅନେକ ସଫଳତା ଆଣିଦେଇଥିଲା ।
ତାରାର ମୃତ୍ୟୁ ପରେ ବି ତାର ଅତୁଳନୀୟ ଅବଦାନକୁ ଭୁଲି ନଥିଲା ପୁଲିସ ବିଭାଗ ।ଏବେ କୁକୁର ତାରର ମୃତ୍ୟୁ ପରେ ତାର ଅବଦାନକୁ ନ ଭୁଲି ସମ୍ମାନ ନେବା ନିଜେ ଏସପିଙ୍କ ଊପସ୍ଥିତିରେ ଗାର୍ଡ ଅଫ ଅନର ପ୍ରଦାନ ସହ ଶେଷ କୃତ୍ୟରେ ସାମିଲ ହୋଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/07/20-22.jpg)