କନକ ବ୍ୟୁରୋ : ବ୍ରହ୍ମପୁର ସହରରେ ଲାଗିବ ୱାଇଫାଇ । ଏଥିପାଇଁ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ କାର୍ଯ୍ୟ ଶେଷ ହୋଇଛି । ପ୍ରଥମ ପର୍ଯ୍ୟୟରେ ୬ଟି ସ୍ଥାନରେ ଲଗାଯାଇଛି ୱାଇଫାଇ ମୋଡେମ୍ । ଆସନ୍ତା ୧ ତାରିଖ ଠାରୁ ସହରବାସୀ ମାଗଣା ଇଂଟରନେଟର ସୁବିଧା ପାଇ ପାରିବେ । ତେବେ ଏହି ମାଗଣା ଇଂଟରନେଟକୁ ବିଭିନ୍ନ ମହଲରେ ସ୍ୱାଗତ କରିଛନ୍ତି ।
ରେଶମ ସହରରେ ଉପଲବ୍ଧ ହେବ ୱାଇଫାଇ ସେବା । ସହରବାସୀ ମାଗଣାରେ ବ୍ୟବହାର କରିପାରିବେ ଇଂଟରନେଟ୍ । ସହରର ଚିତ୍ର ବଦଳେଇବା ପଦକ୍ଷେପ ନେଉଛି ମହାନଗର ନିଗମ । ଏହିକ୍ରମରେ ଏବେ ସହରରେ ବିଭିନ୍ନ ସ୍ଥାନରେ ଲାଗିଛି ୱାଇଫାଇ ।
- ୱାଇଫାଇ ପାଇଁ ୧ କୋଟି ୫୦ ହଜାର ଟଙ୍କାର ବ୍ୟୟ ଅଟଳଳ କରାଯାଇଛି ।
- ପ୍ରଥମ ପର୍ଯ୍ୟାୟରେ ଖଲିକୋଟ ବିଶ୍ୱ ବିଦ୍ୟାଳୟ ଠାରୁ ବିଏମସି ଅଫିସ ଯାଏଁ ୱାଇଫାଇ ଲାଗିଛି ।
- ଜଣେ ବ୍ୟକ୍ତି ଦୈନିକ ୧ ଜିବି ଡ଼ାଟା ବ୍ୟବହାର କରିପାରିବେ ।
- ୨୦୦୦ ଗ୍ରାହକଙ୍କ ପାଇଁ ୫୦୦ ଏମ୍ବିପିସ୍ ସ୍ପିଡ଼ ରହିବ ।
- ଆସନ୍ତା ୧ ଅର୍ଥାତ୍ ଡିସେମ୍ବର ପହିଲାରୁ ଏହି ସେବା ପାଇ ପାରିବେ ବ୍ରହ୍ମପୁରବାସୀ ।
source : Redes Zoneସହରରେ ୱାଇଫାଇ ସେବାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ଆଧୁନିକ ଯୁଗରେ ଇଂଟରନେଟର ଚାହିଦା ବଢିଥିବା ବେଳେ ଛାତ୍ରଛାତ୍ରୀଙ୍କ ପାଠ ପଢାରେ ସହାୟକ ହେବ ବୋଲି କୁହାଯାଉଛି ।
Follow Us
/kanak/media/post_attachments/wp-content/uploads/2018/11/PHOTO-01000517-300x180.jpg)
/kanak/media/post_attachments/wp-content/uploads/2018/03/wifi_2018032123172251_650x-300x202.jpg)