କନକ ବ୍ୟୁରୋ : ଆଇପିଏଲ ସିଜିନ୍ ୧୧ ଖେଳ ଚାଲିଥିବା ବେଳେ ବ୍ରହ୍ମପୁର ସହରରେ ସଟ୍ଟାବାଜିଙ୍କ ଦୌରାତ୍ମ୍ୟ ବଢିଛି । ସହରର ବିଭିନ୍ନ ସ୍ଥାନରେ ଭଡା ଘର ନେଇ ଆଇପିଏଲ କ୍ରିକେଟ୍ ମ୍ୟାଚରେ ଲକ୍ଷ ଲକ୍ଷ ଟଙ୍କାର ବେଟିଂ କରୁଛନ୍ତି ସଟ୍ଟାବାଜ୍ । ଏମାନଙ୍କୁ ଧରିବା ପାଇଁ ସଜାଗ ରହିଛି ବ୍ରହ୍ମପୁର ପୁଲିସ । ଗତକାଲି ସଂଧ୍ୟାରେ ସହରର ଗେଟ୍ ବଜାରରେ ଆଇପିଏଲ ବେଟିଂ ଚାଲିଥିବା ବେଳେ ପୁଲିସ ଚଢାଉ କରି ୩ ଜଣଙ୍କୁ ଗିରଫ କରିଛି ।
ଆଉ ଦୁଇ ଜଣ ଫେରାର ହୋଇଯାଇଛନ୍ତି । ଗିରଫ ହୋଇଥିବା ଦିପକ ସମାନ୍ତରାୟ, ଜିତେନ୍ଦ୍ର ନାହାକ, ପ୍ରଶାନ୍ତ ବେହେରାଙ୍କ ଠାରୁ ୭ ଲକ୍ଷ ୬୧ ହଜାର ଟଙ୍କା ସହ ୪ଟି ମୋବାଇଲ ଜବତ ହୋଇଛି । ଗରିଫ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି । ତେବେ ବ୍ରହ୍ମପୁରରେ ଚାଲିଥିବା ଆଇପିଏଲ ବେଟିଂ ଅନଲାଇନରେ ବାହାର ରାଜ୍ୟରୁ କଂଟ୍ରୋଲ ଯାଉଥିବା ବେଳେ କିଙ୍ଗପିନକୁ ଧରିବା ପାଇଣ ପୁଲିସ ଛାନଭିନ୍ ଜାରି ରଖିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/04/Screen-shot-2018-04-13-at-5.45.14-PM.png)