କନକ ବ୍ୟୁରୋ : ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଯାଇଛି । ୪ ଲୋକସଭାର ୨୬ ପ୍ରାର୍ଥୀ ଓ ୨୮ ବିଧାନସଭାର ୧୯୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଧାରଣ କରିବେ ମତଦାତା । ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ନଜର ରହିଛି ଏହି ପର‌୍ୟ୍ୟାୟ ଭୋଟ ଉପରେ । ଏହି କ୍ରମରେ ବ୍ରହ୍ମପୁର ବିଧାନସଭା ପାଇଁ ଭୋଟିଂ ଆରମ୍ଭ ହୋଇଯାଇଛି । ମଇଦାନରେ ଅଛନ୍ତି ୩ ପ୍ରମୁଖ ଦଳ ନେତା । ବିଜେଡ଼ିରୁ ବିକ୍ରମ ପଣ୍ଡା ଲଢ଼ୁଥିବା ବେଳେ, କଂଗ୍ରେସରୁ ଲିଙ୍ଗରାଜ ଚୌଧୁରୀ ଓ ବିଜେପିରୁ କାହ୍ନୁଚଣ ପତି ନିର୍ବାଚନ ଲଢ଼ୁଛନ୍ତି । ସାଧାରଣ ବର୍ଗଙ୍କ ପାଇଁ ଏହି ଆସନ ସଂରକ୍ଷିତ । ବ୍ରହ୍ମପୁର ମହାନଗର ନିଗମର ୩୫ ଟି ୱାର୍ଡକୁ ନେଇ ନିର୍ବାଚନ ମଣ୍ଡଳୀ ଗଠିତ ହୋଇଛି ।

Advertisment

୨୦୧୯ର ଲଢେଇ - 
ବିଜେଡି: ବିକ୍ରମ ପଣ୍ଡା
କଂଗ୍ରେସ: ଲିଙ୍ଗରାଜ ଚୌଧୁରୀ
ବିଜେପି: କାହ୍ନୁଚରଣ ପତି

ବିଜେଡି: ବିକ୍ରମ ପଣ୍ଡା
- ବିଜେଡିର ସାଧାରଣ ସମ୍ପାଦକ
- ଯୁବ ନେତା ତଥା ଦକ୍ଷ ସଂଗଠକ
- ୨୦୧୪ରେ ମାତ୍ର ୧୦୩୯ ଭୋଟରେ ହାରିଥିଲେ
- ୩ ଥର କଂଗ୍ରେସରୁ ଲଢି ହାରିବା ପରେ ବିଜେଡିରେ ସାମିଲ

କଂଗ୍ରେସ: ଲିଙ୍ଗରାଜ ଚୌଧୁରୀ
- ବଡ ବ୍ୟବସାୟୀ ( ବ୍ରହ୍ମପୁର, ଭୁବନେଶ୍ୱରରେ ବ୍ୟବସାୟ)
- ପ୍ରଥମ ଥର ପାଇଁ ବିଧାୟକ ନିର୍ବାଚନ ଲଢୁଛନ୍ତି
- ପୂର୍ବରୁ କୌଣସି ପ୍ରକାରର ନିର୍ବାଚନ ଲଢିନାହାଁନ୍ତି

ବିଜେପି : କାହ୍ନୁଚରଣ ପତି
- ବିଜେପି ଜିଲ୍ଲା ସଭାପତି
- ଯୁବ ନେତା ତଥା ଦୃଢ ସଂଗଠକ
- ୧୫ ବର୍ଷ ହେଲା ସକ୍ରିୟ ରାଜନୀତିରେ ଅଛନ୍ତି
- ଚିକିଟିରୁ ନିର୍ବାଚନ ଲଢି ହାରିଛନ୍ତି

ମୁହାଁମୁହିଁ ପ୍ରାର୍ଥୀ
- ପ୍ରଥମ ଥର ପାଇଁ ବିଜେଡି ଟିକେଟରୁ ଲଢୁଛନ୍ତି ବିକ୍ରମ ପଣ୍ଡା
- ୩ ଥର କଂଗ୍ରେସରୁ ଲଢି ବିକ୍ରମ ପଣ୍ଡା ପରାସ୍ତ ହୋଇଥିଲେ
- ତିନି ଜଣ ଯାକ ପ୍ରାର୍ଥୀ କେବେ ହେଲେ ବିଧାନସଭା ନିର୍ବାଚନ ଜିତିନାହାଁନ୍ତି ବିକ୍ରମ ପଣ୍ଡା
- ୨୦୦୯ ଏବଂ ୨୦୧୪ରେ ବିଜେଡି ପ୍ରାର୍ଥୀ ରମେଶ ଚନ୍ଦ୍ର ଚ୍ୟାଉପଟନାୟକ ବିଧାୟକ ହୋଇଥିଲେ ।

ବ୍ରହ୍ମପୁର ବିଧାନସଭା ଆସନ
- ବ୍ରହ୍ମପୁର ହେଉଛି ବିଜେଡି ଗଡ
- ୧୯୯୫ରୁ ବିଜେଡି ଏହି ଆସନରେ ଜିତୁଛି
- ଲଗାତର ୫ ଥର ବିଧାୟକ ରହିଛନ୍ତି ରମେଶ ଚନ୍ଦ୍ର ଚ୍ୟାଉପଟନାୟକ
- ଏଥର ରମେଶ ଚନ୍ଦ୍ର ଚ୍ୟାଉପଟନାୟକଙ୍କୁ ଟିକେଟ୍ ମିଳିନି
- ବିଜେଡି ପାଇଁ ଚିନ୍ତାର କାରଣ ସାଜିଥିବା କଂଗ୍ରେସ ନେତା ଚନ୍ଦ୍ରଶେଖର ସାହୁ ଏବଂ ବିକ୍ରମ ପଣ୍ଡା ଏବେ ବିଜେଡିରେ

୨୦୧୪ର ନିର୍ବାଚନରେ ଏହି ନିର୍ବାଚନ ମଣ୍ଡ଼ଳୀରୁ ମୈଦାନରେ ଥିଲେ ମୋଟ ୧୩ ପ୍ରାର୍ଥୀ । ମୋଟ ଭୋଟର ସଂଖ୍ୟା ଥିଲା ୧ ଲକ୍ଷ ୮୩ ହଜାର ୪୪୪ ଏବଂ ଭୋଟି ଦେଇଥିଲେ – ୧ ଲକ୍ଷ ୧୪ ହଜାର ୧୫୫ । ଭୋଟଦାନ ହାର ଥିଲା ୬୨.୨୩% ।

୨୦୧୪ର ଫଳାଫଳ
ପ୍ରାର୍ଥୀ                               ଦଳ                ଭୋଟ            ପ୍ରତିଶତ           ଫଳାଫଳ
ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ   ବିଜେଡି          ୪୩,୨୧୧       ୩୭.୮୫%     ବିଜୟୀ
ବିକ୍ରମ ପଣ୍ଡା                         କଂଗ୍ରେସ        ୪୨,୧୭୨        ୩୬.୯୪%    ପରାସ୍ତ
ଶିବ ଶଙ୍କର ଦାସ                    ବିଜେପି         ୨୪,୦୯୨      ୨୧.୧୦%      ପରାସ୍ତ

ବିଜେଡିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ - ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ
ଦଳ - ବିଜେଡି
ଭୋଟ - ୪୩,୨୧୧
ପ୍ରତିଶତ - ୩୭.୮୫%
ଫଳାଫଳ - ବିଜୟୀ

ବିଜେପିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ - ଶିବ ଶଙ୍କର ଦାସ
ଦଳ - ବିଜେପି
ଭୋଟ - ୨୪,୦୯୨
ପ୍ରତିଶତ - ୨୧.୧୦%
ଫଳାଫଳ - ପରାସ୍ତ

କଂଗ୍ରେସର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ - ବିକ୍ରମ ପଣ୍ଡା
ଦଳ - କଂଗ୍ରେସ
ଭୋଟ - ୪୨,୧୭୨
ପ୍ରତିଶତ - ୩୬.୯୪%
ଫଳାଫଳ - ପରାସ୍ତ

କିଏ ମାରିଥିଲା ବାଜି?
- ବିଜେଡିର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ପଂଚମ ଥର ପାଇଁ ଜିତିଥିଲେ
- ୪୩ ହଜାର ୨୧୧ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
- କଂଗ୍ରେସ ପ୍ରାର୍ଥୀ ବିକ୍ରମ ପଣ୍ଡାଙ୍କୁ ପରାସ୍ତ କରିଥିଲେ
- ୧୦୩୯ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୭ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୦୯ର ଲଢେଇ
- ମୈଦାନରେ ଥିଲେ ମୋଟ ୯ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୭୦ ହଜାର ୮୩୦
- ମତ ଦେଇଥିଲେ – ୮୨ ହଜାର ୨୭୯
- ଭୋଟଦାନ ହାର – ୪୮.୧୭%

୨୦୦୯ର ଫଳାଫଳ
ପ୍ରାର୍ଥୀ                                ଦଳ                  ଭୋଟ         ପ୍ରତିଶତ        ଫଳାଫଳ
ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ    ବିଜେଡି             ୩୮,୪୦୭   ୪୬.୬୮%     ବିଜୟୀ
ବିକ୍ରମ ପଣ୍ଡା                          କଂଗ୍ରେସ           ୩୪,୫୬୩    ୪୨.୦୧%    ପରାସ୍ତ
ରାମଚନ୍ଦ୍ର ପଣ୍ଡା                        ବିଜେପି            ୬,୫୧୫       ୭.୯୨%     ପରାସ୍ତ

ବିଜେଡିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ - ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ
ଦଳ - ବିଜେଡି
ଭୋଟ - ୩୮,୪୦୭
ପ୍ରତିଶତ - ୪୬.୬୮%
ଫଳାଫଳ - ବିଜୟୀ
ବିଜେପିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ - ରାମଚନ୍ଦ୍ର ପଣ୍ଡା
ଦଳ - ବିଜେପି
ଭୋଟ - ୬,୫୧୫
ପ୍ରତିଶତ - ୭.୯୨%
ଫଳାଫଳ - ପରାସ୍ତ

କଂଗ୍ରେସର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ - ବିକ୍ରମ ପଣ୍ଡା
ଦଳ - କଂଗ୍ରେସ
ଭୋଟ - ୩୪,୫୬୩
ପ୍ରତିଶତ - ୪୨.୦୧%
ଫଳାଫଳ - ପରାସ୍ତ

କିଏ ମାରିଥିଲା ବାଜି?
- ବିଜେଡିର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ବିଜୟୀ ହୋଇଥିଲେ
- ୩୮ ହଜାର ୪୦୭ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
- କଂଗ୍ରେସ ପ୍ରାର୍ଥୀ ବିକ୍ରମ ପଣ୍ଡାଙ୍କୁ ପରାସ୍ତ କରିଥିଲେ
- ୩ ହଜାର ୮୪୪ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୬ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୦୯ ବନାମ ୨୦୧୪
- ୨୦୧୪ରେ ବିଜେପି ପ୍ରାର୍ଥୀ ବଦଳାଇଥିଲା
- ରାମଚନ୍ଦ୍ର ପଣ୍ଡାଙ୍କ ବଦଳରେ ଶିବଶଙ୍କର ଦାସଙ୍କୁ ମିଳିଥିଲା ଟିକେଟ
- ବିଜେଡି ଓ କଂଗ୍ରେସର ପ୍ରାର୍ଥୀ ବଦଳିନଥିଲେ ।