କନକ ବ୍ୟୁରୋ : ବ୍ରହ୍ମଗିରିରେ ଉତ୍ତେଜନା । ପୂର୍ବଶତ୍ରୁତାକୁ କେନ୍ଦ୍ର କରି ପୁରୀ ଜିଲ୍ଲା ବ୍ରହ୍ମଗିରି ଅଂଚଳର ବାଘମୁଣ୍ଡା ଓ ଶିବକୁଦା ଦୁଇ ଗାଁ ମୁହାଁମୁହିଁ ହୋଇଛନ୍ତି । ୪୦ରୁ ଅଧିକ ବୋମାମାଡ ହୋଇଛି । ଏଥିରେ ୧୦ ଜଣ ଗୁରୁତରଭାବେ ଆହତ ହୋଇଛନ୍ତି । ଗୁରୁତରମାନଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ସରକାରୀ ଜମିରେ ଥିବା ଏକ ଜେଟିକୁ କେନ୍ଦ୍ରକରି ଏହି ବୋମାମାଡ ହୋଇଥିବା ଜଣାପଡିଛି ।
ସୂଚନାଯୋଗ୍ୟ ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଶିବକୁଦା ଓ ବାଘମୁଣ୍ଡା ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଛି । ଉଭୟ ଗାଁ ପରସ୍ପର ଉପରକୁ ଗୁଳି ଓ ବୋମାମାଡ଼ କରିଛନ୍ତି । ତେବେ ଉଭୟ ପକ୍ଷରୁ ବୋମାମାଡ଼ ଓ ଗୁଳି ମାଡ଼ ଜାରି ରହିଥିବାରୁ ଗାଁ ଭିତରକୁ ପୁଲିସ ପଶି ପାରୁ ନାହିଁ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/03/Screen-shot-2018-03-20-at-11.13.59-AM.png)