ସେବାୟତଙ୍କ ବିଭ୍ରାଟ ଭିତରେ ହୋଇଥିଲା ନବକଳବେର ନୀତି : ଦିନରେ ହୋଇଥିଲା ଘଟ ପରିବର୍ତ୍ତନ, ସକାଳେ ପହଣ୍ଡି କରି ଠାକୁରଙ୍କୁ ନିଆଯାଇଥିଲା ଅଣସର ପିଣ୍ଡି

Advertisment
ସେବାୟତଙ୍କ ବିଭ୍ରାଟ ଭିତରେ ହୋଇଥିଲା ନବକଳବେର ନୀତି : ଦିନରେ ହୋଇଥିଲା ଘଟ ପରିବର୍ତ୍ତନ, ସକାଳେ ପହଣ୍ଡି କରି ଠାକୁରଙ୍କୁ ନିଆଯାଇଥିଲା ଅଣସର ପିଣ୍ଡି

କନକ ବ୍ୟୁରୋ : ଦିନରେ ହୋଇଥିଲା ଶ୍ରୀଜୀଉଙ୍କ ଘଟ ପରିବର୍ତ୍ତନ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଚିଠିରୁ ସାମନାକୁ ଆସିଲା ଏହି ତଥ୍ୟ । ସେବାୟତଙ୍କ ବିଭ୍ରାଟ ଭିତରେ ସମ୍ପନ୍ନ ହୋଇଥିଲା ନବକଳବେର ନୀତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ଚିଠିରୁ ସ୍ପଷ୍ଟ ହୋଇଛି ଯେ, ୨୦୧୫ ଜୁନ୍ ୧୫ତାରିଖ ନିଶାର୍ଦ୍ଧ ନୁହେଁ ବରଂ ଜୁନ୍ ୧୬ତାରିଖ ସକାଳ ୮ଟା ପରେ ବ୍ରହ୍ମ ସଂସ୍ଥାପନ ହୋଇଛି ।

publive-image

ତତ୍କାଳୀନ ମୁଖ୍ୟ ପ୍ରଶାସକ ସୁରେଶଚନ୍ଦ୍ର ମହାପାତ୍ର ୨୦୧୫ ଜୁନ୍ ୨୪ରେ ଜଣେ ସେବାୟତଙ୍କୁ ଜାରି କରିଥିବା ଏକ ଚିଠିରେ ଉଲ୍ଲେଖ ଅଛି ଯେ, ୨୦୧୫ଜୁନ୍ ୧୬ତାରିଖ ସକାଳ ୮ଟା ସୁଦ୍ଧା କୋଇଲି ବୈକୁଣ୍ଠରୁ ଅଣସର ଗୃହକୁ ଦାରୁ ବିଗ୍ରହମାନଙ୍କ ପହଣ୍ଡି ସରିଥିଲା । ଏହି ଚିଠି ସ୍ପଷ୍ଟ କରୁଛି ଯେ, ଦାରୁ ବିଗ୍ରହଙ୍କ ପହଣ୍ଡି ସରିବା ପରେ ବ୍ରହ୍ମ ସଂସ୍ଥାପନକୁ ନେଇ ଦଇତାପତିଙ୍କ ମଧ୍ୟରେ ବିବାଦ ହେବାରୁ ୨ଘଂଟା ନୀତି ବିଳମ୍ବ ହୋଇଥିଲା ।

publive-image Source:Odisha Sun Times

ଅର୍ଥାତ ୧୬ତାରିଖ ପୂର୍ବାହ୍ନ ୧୧ଟା ମଧ୍ୟାହ୍ନ ୧୨ଟା ମଧ୍ୟରେ ବ୍ରହ୍ମ ସଂସ୍ଥାପନ ହୋଇଥିବା ସ୍ପଷ୍ଟ ହୋଇଛି । ଦଇତାପତିଙ୍କ ମଧ୍ୟରେ ବ୍ରହ୍ମ ଦର୍ଶନକୁ ନେଇ ବିବାଦ ପୂର୍ବରୁ ବିଭ୍ରାଟ ସୃଷ୍ଟି ହୋଇଥିଲା ବୋଲି ଏହି ଚିଠିରୁ ସ୍ପଷ୍ଟ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe