କନକ ବ୍ୟୁରୋ : ଦିନରେ ହୋଇଥିଲା ଶ୍ରୀଜୀଉଙ୍କ ଘଟ ପରିବର୍ତ୍ତନ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଚିଠିରୁ ସାମନାକୁ ଆସିଲା ଏହି ତଥ୍ୟ । ସେବାୟତଙ୍କ ବିଭ୍ରାଟ ଭିତରେ ସମ୍ପନ୍ନ ହୋଇଥିଲା ନବକଳବେର ନୀତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ଚିଠିରୁ ସ୍ପଷ୍ଟ ହୋଇଛି ଯେ, ୨୦୧୫ ଜୁନ୍ ୧୫ତାରିଖ ନିଶାର୍ଦ୍ଧ ନୁହେଁ ବରଂ ଜୁନ୍ ୧୬ତାରିଖ ସକାଳ ୮ଟା ପରେ ବ୍ରହ୍ମ ସଂସ୍ଥାପନ ହୋଇଛି ।
ତତ୍କାଳୀନ ମୁଖ୍ୟ ପ୍ରଶାସକ ସୁରେଶଚନ୍ଦ୍ର ମହାପାତ୍ର ୨୦୧୫ ଜୁନ୍ ୨୪ରେ ଜଣେ ସେବାୟତଙ୍କୁ ଜାରି କରିଥିବା ଏକ ଚିଠିରେ ଉଲ୍ଲେଖ ଅଛି ଯେ, ୨୦୧୫ଜୁନ୍ ୧୬ତାରିଖ ସକାଳ ୮ଟା ସୁଦ୍ଧା କୋଇଲି ବୈକୁଣ୍ଠରୁ ଅଣସର ଗୃହକୁ ଦାରୁ ବିଗ୍ରହମାନଙ୍କ ପହଣ୍ଡି ସରିଥିଲା । ଏହି ଚିଠି ସ୍ପଷ୍ଟ କରୁଛି ଯେ, ଦାରୁ ବିଗ୍ରହଙ୍କ ପହଣ୍ଡି ସରିବା ପରେ ବ୍ରହ୍ମ ସଂସ୍ଥାପନକୁ ନେଇ ଦଇତାପତିଙ୍କ ମଧ୍ୟରେ ବିବାଦ ହେବାରୁ ୨ଘଂଟା ନୀତି ବିଳମ୍ବ ହୋଇଥିଲା ।
Source:Odisha Sun Timesଅର୍ଥାତ ୧୬ତାରିଖ ପୂର୍ବାହ୍ନ ୧୧ଟା ମଧ୍ୟାହ୍ନ ୧୨ଟା ମଧ୍ୟରେ ବ୍ରହ୍ମ ସଂସ୍ଥାପନ ହୋଇଥିବା ସ୍ପଷ୍ଟ ହୋଇଛି । ଦଇତାପତିଙ୍କ ମଧ୍ୟରେ ବ୍ରହ୍ମ ଦର୍ଶନକୁ ନେଇ ବିବାଦ ପୂର୍ବରୁ ବିଭ୍ରାଟ ସୃଷ୍ଟି ହୋଇଥିଲା ବୋଲି ଏହି ଚିଠିରୁ ସ୍ପଷ୍ଟ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/11/PURI-6.jpg)
/kanak/media/post_attachments/wp-content/uploads/2018/11/Screen-shot-2018-11-24-at-12.36.38-PM-300x225.png)