ପୋଲିସ ବାବୁଙ୍କ ଦାଦାଗିରି ! ଇଂରାଜୀ କହିବାରୁ ଯୁକ୍ତ ଦୁଇ ଛାତ୍ରକୁ ନିର୍ଦ୍ଧୁମ ମାଡ଼, ଜାଣନ୍ତୁ କେଉଁଠି ଘଟିଛି ଏହି ଘଟଣା ?

40

ବିହାର ପୋଲିସର ଦାଦାଗରି । ଇଂରାଜୀ କହିବାରୁ ଛାତ୍ରଙ୍କୁ ନିର୍ଦ୍ଧୁମ ମାଡ଼ ମାରିଛି ପୋଲିସ୍ । ଘଟଣାଟି ଅବିଶ୍ୱସନୀୟ ମନେହେଲେ ମଧ୍ୟ ସତ । ସୂଚନା ଅନୁସାରେ ଛାତ୍ର ଜଣଙ୍କ ପୋଲିସ ସହ ଇରାଂଜୀରେ କଥା
ହେବାରୁ ତାକୁ ପ୍ରବଳ ମାଡ଼ ମାରିଛନ୍ତି ବିହାର ପୋଲିସ୍ । ଏହି ଘଟଣା ବିହାରର ଖଗାଡ଼ିଆ ଜିଲ୍ଲାର ଅଟେ । ଏହି ଜିଲ୍ଲାରେ ଗାଡ଼ି ଚୋରି ପରି ଘଟଣା ବଢ଼ିବାରେ ଲାଗିଛିି । ଆଉ ଏଥିପାଇଁ ପୋଲସି ଯାଂଚକୁ କଡ଼ାକଡ଼ି କରିଛିି । ଖବର ମୁତାବକ, ଏନେଇ ପୋଲିସ ଜଣେ ବ୍ୟକ୍ତିଙ୍କୁ ହାଜରେ ଭର୍ତ୍ତି କରଥିଲେ ଏବଂ ପୋଲିସ ଷ୍ଟେସନରେ ପଚରାଉଚରା କରୁଥିଲେ । ଆଉ ସେହି ସମୟରେ ଉକ୍ତ ବ୍ୟକ୍ତିଙ୍କ ଭଣଜା ସେଠାରେ ପହଞ୍ଚିଯାଇଥିଲେ । ତାଙ୍କ ନାମ ହେଲା ଅଭିଷେକ । ଆଉ ଅଭିଷେକ ପୋଲିସବାଲାଙ୍କୁ  ଇଂରାଜୀରେ ପ୍ରଶ୍ନ କରିଥିଲେ What is the reason behind his detention ?

ଆଉ ଏହି ବାକ୍ୟ ଯେପରି ଅଭିଷେକଙ୍କ ପାଇଁ ଅଭିଶାପ ପାଲଟିଗଲା । ଇଂରାଜୀରେ ପ୍ରଶ୍ନ ପଚାରି ଯେପରି ଭୁଲ କିରପକାଇଲେ ଅଭିଷେକ । କାହିଁକି ଇଂରାଜୀରେ ପ୍ରଶ୍ନ ପଚାରିଲାଳ ବୋଲି ଆରମ୍ଭ ହୋଇଗଲା ପୋଲିସବାଲାଙ୍କ ଜଲମ । ଇରାଂଜୀରେ ପଚାରିବାକୁ ରାଗିଗଲେ ସେଠାରେ କାର୍ଯ୍ୟରତ ଥିବା ପୋଲିସବାବୁ । ଆଉ ତାଙ୍କୁ ହାଜତରେ ଭର୍ତ୍ତି କରିବା ସହ ୩ ଦିନ ଧରି ନିର୍ଦ୍ଧୁମ ମାଡ଼ ମାରିଥିଲେ ।

ଖବର ଶୁଣିବା ପରେ ଅଭିଷେକର ଘର ଲୋକ ଥାନାରେ ପହଞ୍ଚିଗଲେ । ତାପରେ ତାଙ୍କୁ ଛାଡ଼ିଥିଲେ ପୋଲିସ । ଅଭିଷେକଙ୍କୁ ଏତେ ମାରିଥିଲେ ଯେ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରିବା ପାଇଁ ପଡ଼ିଥିଲା । ପରେ ଅଭିଯୋଗ କରିବା ପରେ ଏବେ ଘଟଣାର ଛାନଭିନ୍ କରାଗଲା । ଏବଂ ପରେ ଉକ୍ତ ଘଟଣାରେ ସଂମ୍ପୃକ୍ତ ଦୁଇ ଜଣ ପୋଲିସ କର୍ମଚାରୀଙ୍କୁ ସସପେଣ୍ଡ କରାଯାଇଛି ।