ଫସଲ ଖାଉଛି ଜଙ୍ଗଲୀ ଜନ୍ତୁ : ଧାନ ବିଲରୁ ବାରାହା ଘଉଡେଇବାକୁ ରାତି ଅନିଦ୍ରା, ଟିଣ ଡବାକୁ ବଜାଇ ବାଣ ଫୁଟାଇ ତଡୁଛନ୍ତି ବ୍ରହ୍ମପୁରର ଚାଷୀ

519

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲାରେ ବାରହା ଆତଙ୍କ । ଧାନ ଫସଲ ପାଚି ଆସୁଛି, ଆଉ କ୍ଷେତରେ ଏବେ ବାରହା ଉପଦ୍ରବ ଚରମ ସୀମାରେ ପହଂଚିଛି । ବାରହା ଘଉ ଡାଇବାକୁ ଗଞ୍ଜାମ ଜିଲ୍ଲାର ଚାଷୀ ରାତି ସାରା ଉଜାଗର ହେଉଛନ୍ତି । ଚାଷୀ ବାରହା ଘଉଡେଇବା ପାଇଁ ବିଭିନ୍ନ ଉପାୟ ଆପଣେଇଛନ୍ତି ।

ଟିଣ ଡବାକୁ ବଜାଇ ବାଣ ଫୁଟାଇ, ପାଟିତୁଣ୍ଡ କରି ବିଲରୁ ବାରାହକୁ ଘଉଡେଇବାର ଦୃଶ୍ୟ କନକ ନ୍ୟୁଜ କ୍ୟାମେରାରେ କଏଦ ହୋଇଛି । ବାରହା ବିଲରେ ପଶି ଫସଲ ଖାଇ ନଷ୍ଟ କରିଦେଉଛନ୍ତି । ବାରହା ଘୋଇଡାଇବା ଓ ଫସଲକୁ ସୁରକ୍ଷିତ ରଖିବା ପାଇଁ ଗଂଜାମ ଜିଲ୍ଲାର ଚାଷୀ ରାତିସାରା ଅନିଦ୍ରା ରହୁଛନ୍ତି ।