କନକ ବ୍ୟୁରୋ : ସୁନ୍ଦରଗଡ ଜିଲ୍ଲାପାଳଙ୍କ ନିଆରା ପଦକ୍ଷେପ । ଜିଲ୍ଲାପାଳଙ୍କ ଆବାସ ପାଲଟିଲା ବହି ବଗିଚା । ଏଣିକି ପ୍ରତି ରବିବାର ସୁନ୍ଦରଗଡବାସୀ ଜିଲ୍ଲାପାଳଙ୍କ ଆବାସକୁ ଯାଇ ପଢିପାରିବେ ବହି । ଜିଲ୍ଲା ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟ ସଂପର୍କକୁ ଅଧିକ ମଜବୁତ କରିବାକୁ ଏପରି ଏକ ନିଆରା ପଦ କ୍ଷେପ ହାତକୁ ନେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ।
ବର୍ତ୍ତମାନ ସମୟରେ ସମସ୍ତେ ବହି ଠାରୁ ଦୂରେଇ ଯାଇ ସୋସିଆଲ ମିଡିଆରେ ଅଧିକ ସମୟ ଦେଉଥିବା ବେଳେ ଜିଲ୍ଲାପାଳଙ୍କ ଏପରି ପଦକ୍ଷେପ ଲୋକଙ୍କୁ ବହି ଆଡକୁ ଆକର୍ଷିତ କରିବ । ଜିଲ୍ଲାପାଳଙ୍କ ଆବାସର ଏହି ବହି ବଗିଚା ଏକ ନିଆରା ଉଦ୍ୟମ ନିଶ୍ଚୟ । କିଛି ଦିନ ଆଗରୁ ସେ ବୁଲି ବୁଲି ଲୋକଙ୍କୁ ବହି ବାଂଟିବା ସହିତ ବହି ପଢିବା ପାଇଁ ଲୋକଙ୍କୁ ଅନୁରୋଧ କରିଥିଲେ । ଏବେ ସେଥିରୁ ଦୁଇ ପାଦ ଆଗକୁ ଆସି ନିଜ ଆବାସରେ ଖୋଲିଛନ୍ତି ବହି ବଗିଚା ।
ଲାଗୁଛି ସତେ ଯେମିତି ଏହା ଜିଲ୍ଲାପାଳଙ୍କ ଆବାସ ନୁହଁ କୌଣସି ଏକ ବଡ ବହି ଲାଇବ୍ରେରୀ । ଏହା ଭିତରେ ରହିଛି ନୋଭେଲ, କବିତା ସଂକଳନ, ଗଳ୍ପ ଠାରୁ ଆରମ୍ଭ କରି କୁନି ପିଲାଙ୍କ ପାଇଁ ପତ୍ରପତ୍ରିକା । ପ୍ରତି ରବିବାର ସକାଳ ୧୦ଟାରୁ ସଂଧ୍ୟା ୫ଟା ଯାଏଁ ଏହି ବହି ବଗିଚା ଖୋଲାରହିବ । ଜିଲ୍ଲାପାଳଙ୍କ ଏପରି ପଦ କ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/BOOK.jpg)
/kanak/media/post_attachments/wp-content/uploads/2020/01/ENheVTBU4AA0NrL-300x225.jpg)
/kanak/media/post_attachments/wp-content/uploads/2020/01/ENheVTDVAAACvyz-300x138.jpg)